ନୟାଗଡ଼, (ବାଘୁଆବାର୍ତ୍ତା) : ଅନ୍ଧ ବିଶ୍ବାସରୁ ଅନ୍ଧବିଶ୍ୱାସରୁ ମୁକୁଳି ପାରୁନି ମଣିଷ । ଆଜିକା ଦିନରେ ବି ଅନ୍ଧ ବିଶ୍ବାସକୁ କେନ୍ଦ୍ର କରି ଘଟୁଛି ହତ୍ୟା ଭଳି ନାରକିୟ କାଣ୍ଡ । ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତି ଟାଙ୍ଗିଆରେ ବୃଦ୍ଧାଙ୍କ ମୁଣ୍ଡ କାଟିବା ପରେ କଟା ମୁଣ୍ଡକୁ ଧରି ଥାନାରେ ଆତ୍ମସମର୍ପଣ କରିଛି। ସୂଚନାନୁସାରେ, ଦାନଗଦୀ ବ୍ଲକ ଓଲ୍ଲଳ ପଞ୍ଚାୟତ ଛତରା ଗାଁରେ ନନ୍ଦିନୀ ପୂର୍ତ୍ତି ଝଡ଼ାଫୁଙ୍କା କରନ୍ତି। କାର୍ତ୍ତିକଙ୍କ ଭାଇ ମୃତ୍ୟୁରେ ନନ୍ଦିନୀଙ୍କ ଗୁଣି କାମ କରିଥିବା ନେଇ ସେ ସନ୍ଦେହ କରିଥିଲେ। ଯାହାକୁ ନେଇ ଆଜି ସନ୍ଧ୍ୟା ବେଳେ କାର୍ତ୍ତିକ ଏକ ଟାଙ୍ଗିଆ ଧରି ନନ୍ଦିନୀଙ୍କ ଘରକୁ ଯାଇଥିଲେ। ସେଠାରେ ଅତି ବିଭତ୍ସ ଭାବେ ନନ୍ଦିନୀଙ୍କ ମୁଣ୍ଡ ଓ ଗଣ୍ଡିକୁ ଅଲଗା କରିଦେଇଥିଲେ। ପରେ କଟା ମୁଣ୍ଡକୁ ଧରି ଦାନଗଦୀ ଫାଣ୍ଡିରେ ପହଞ୍ଚି ଥିଲେ। ପୁଲିସ କଟାମୁଣ୍ଡ ଓ ଟାଙ୍ଗିଆକୁ ଜବତ କରିବା ସହିତ ଅଭିଯୁକ୍ତ କାର୍ତ୍ତିକକୁ ହାଜତରେ ରଖି ଅନୁସନ୍ଧାନ ଜାରି ରଖିଛି।





