ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ଗ୍ରାମାଞ୍ଚଳ ଥାନା ବନ୍ଧଗାଁରେ ହତ୍ୟାକାଣ୍ଡ । ରାସ୍ତାକଡ଼ରୁ ପୂର୍ବତନ ସରପଞ୍ଚଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର,ସୂଚନା ଅନୁଯାଇ ଅଷ୍ଟପ୍ରହରୀରୁ ଫେରିବା ବେଳେ ବିଜେଡି ନେତା ଙ୍କୁ ହତ୍ୟା । ପୂର୍ବତନ ସରପଞ୍ଚ ତଥା ସମବାୟ ସେବା ସମିତି ର ସଭାପତି ଙ୍କୁ ହତ୍ୟା କରିଥିବା ଅଭିଯୋଗ । ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ବନ୍ଧ ଗାଁ ର ପୂର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ରାଉତ ଙ୍କୁ ହତ୍ୟା । ଅମ୍ୱରୋଲି ସମବାୟ ସମିତି ର ସଭାପତି ଥିଲେ ବିଜେଡି ନେତା ଚିତ୍ତ ରଞ୍ଜନ ରାଉତ ।
ଗାଁ ର ଏକ ଅଷ୍ଟପ୍ରହରୀ କୁ ଯାଇ ଘରକୁ ଫେରିନଥିଲେ । ସକାଳୁ ଘର୍ ଠାରୁ କିଛି ଦୂର ରେ ଥିବା ଏକ ନାଳ ରୁ ମିଳିଛି ରକ୍ତାକ୍ତ ମୃତ ଦେହ । ମୁଣ୍ଡ ର ପଛ ପଟେ ଗଭୀର କ୍ଷତ ଥିବା ସୂଚନା ମିଳିଛି । ତେବେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି ।ଗ୍ରାମାଞ୍ଚଳ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ପ୍ରାଥମିକ ତଦନ୍ତ କରୁଛି।





