Monday, September 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫାର୍ମ ହାଉସରେ ପଶି ମାଲିକଙ୍କୁ ହତ୍ୟା କଲେ ୩ ଦୁର୍ବୃତ୍ତ

by ସଞ୍ଜୟ ସ୍ୱାଇଁ
February 23, 2025
in Crime, State
ଫାର୍ମ ହାଉସରେ ପଶି ମାଲିକଙ୍କୁ ହତ୍ୟା କଲେ ୩ ଦୁର୍ବୃତ୍ତ
49
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଫାଶୀଗାଁରେ ଗୁଳିକାଣ୍ଡ । ଏହି ଗୁଳିମାଡ଼ରେ ଫାର୍ମ ହାଉସ ମାଲିକଙ୍କ ମୃତ ହୋଇଛି । ମୃତକ କଳାଙ୍ଗ ଚାକୁଣ୍ଡାନାଳୀର ଗୋବିନ୍ଦ ନାୟକ । ଫାର୍ମ ହାଉସ ଭିତରେ ପଶି ୩ଜଣ ଦୁର୍ବୁତ୍ତ ଗୁଳିମାଡ଼ କରିଥିବା ଜଣାପଡିଛି । ଗୋବିନ୍ଦଙ୍କ ଛାତି, ପେଟ ଓ ଗୋଡ଼ରେ ୩ରାଉଣ୍ଡ ଗୁଳି ବାଜିଛି । ଗୁଳିକାଣ୍ଡର କାରଣ ଜଣା ପଡିନି। ଖବର ଅନୁଯାୟୀ, ପ୍ରତିଦିନ ପରି ଶନିବାର ରାତିରେ ଖାଇ ସାଇ ଫାର୍ମ ହାଉସ୍‌କୁ ଶୋଇବାକୁ ଯାଇଥିଲେ ଗୋବିନ୍ଦ ନାୟକ । ଏହି ସମୟରେ ହଠାତ୍ ଫାର୍ମ ହାଉସ୍ ମଧ୍ୟରେ କୌଣସି ବ୍ୟକ୍ତି ପଶିଥିବାର ଜାଣିଥିଲେ ଗୋବିନ୍ଦ । ଏହାପରେ ଗୋବିନ୍ଦ ପାଟି କରି ସେମାନଙ୍କୁ ଆକଟ କରିଥିଲେ । ହେଲେ ଏହି ଆକଟ ତାଙ୍କ ପାଇଁ ଯେମିତି ସାଜିଗଲା କାଳ । ହଠାତ୍ ଫାର୍ମ ହାଉସ୍ ମଧ୍ୟରେ ଗୋବିନ୍ଦଙ୍କୁ ଗୁଳିମାଡ଼ ହୋଇଥିଲା । ୩ ଜଣ ଦୁର୍ବୃତ୍ତ ଗୋବିନ୍ଦଙ୍କୁ ଗୁଳିମାଡ଼ କରିଥିଲେ । ଯେଉଁଥିରେ ଗୋବିନ୍ଦଙ୍କ ଛାତି, ପେଟ ଓ ଗୋଡ଼ରେ ୩ ରାଉଣ୍ଡ ଗୁଳି ବାଜିଥିଲା । ଗୁଳି ବାଜିବା ପରେ ଗୋବିନ୍ଦଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ଗୋବିନ୍ଦଙ୍କୁ ମୃତ୍ୟୁ ହୋଇସାରିଥିଲା । ତେବେ କିଏ ଓ କାହିଁକି ଗୁଳିମାଡ଼ କରିଛି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି । ସେପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ପ୍ରାଥମିକ ତଦନ୍ତ ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!