Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫରିଦାବାଦରେ କଂଗ୍ରେସ ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

by ସଞ୍ଜୟ ସ୍ୱାଇଁ
July 2, 2024
in Crime, NATIONAL NEWS
ଫରିଦାବାଦରେ କଂଗ୍ରେସ ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା
35
VIEWS
Share on FacebookShare on Twitter

‍ଫରିଦାବାଦ, (ବାଘୁଆବାର୍ତ୍ତା): ହରିୟାଣାର ‍ଫରିଦାବାଦରେ କଂଗ୍ରେସର ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଜମି ବିବାଦରୁ ତାଙ୍କୁ ହତ୍ୟା କରାଯାଇଥିବା ବେଳେ ପୁରା ଘଟଣା ସିସିଟିଭିରେ କଏଦ ହୋଇଛି। ଭିଡିଓ ଅନୁସାରେ କିଛି ଲୋକ କଂଗ୍ରେସ ନେତାଙ୍କ ଭାଇ କୁନାଲ ଭାଡ଼ନାଙ୍କ ପାଖକୁ ଆସୁଛନ୍ତି ଓ ତାଙ୍କ ସହ ଯୁକ୍ତିତର୍କ କରୁଛନ୍ତି। କିଛି ସମୟରେ ଯୁକ୍ତିତର୍କ କରୁଥିବା ଲୋକଙ୍କ ମଧ୍ୟରୁ ଜଣେ କୁନାଲଙ୍କ ଉପରକୁ ଗୁଳି କରୁଛନ୍ତି। ଭିଡିଓର ଆଉ ଏକ ଫ୍ରେମରେ ଦେଖିବାକୁ ମିଳୁଛି ଯେ କୁନାଲ ଗୁଳି ମାଡ଼ ପରେ ତଳେ ପଡ଼ୁଥିବା ବେଳେ ଆକ୍ରମଣକାରୀମାନେ ସେଠାରୁ ଫେରାର ମାରୁଛନ୍ତି। କୁନାଲ ହେଉଛନ୍ତି ସ୍ଥାନୀୟ କଂଗ୍ରେସ ନେତା ଜ୍ୟୋତେନ୍ଦର ଭାଡ଼ନାଙ୍କ ଭାଇ। ଘଟଣା ବେଳେ କୁନାଲଙ୍କ ଜଣେ ବନ୍ଧୁ ତାଙ୍କ ସହ ରହିଥିଲେ। ସେ ପୁଲିସ୍‌କୁ କହିଛନ୍ତି ଯେ କୌଣସି କାରଣରୁ ବିଜୟ ନାମ ଜଣେ ବ୍ୟକ୍ତିଙ୍କ ସହ କୁନାଲଙ୍କ ଫୋନରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ବିଜୟ, ତାଙ୍କ ଭାଇ ବିଲୁ ଓ ଆଉ ୨ ଜଣ ଘଟଣାସ୍ଥଳରେ ପହଞ୍ଚି କୁନାଲଙ୍କୁ ହତ୍ୟା କରିଛନ୍ତି। ଏନେଇ କୁନାଲଙ୍କ ଭାଇ ପୁଲିସ୍‌ରେ ଗୋଟିଏ ଅଭିଯୋଗ ଦାଖଲ କରିଛନ୍ତି। ସିସିଟିଭି ଫୁଟେଜ ଅନୁଯାୟୀ, କୁନାଲ ତାଙ୍କ ଜଣେ ବନ୍ଧୁଙ୍କ ସହ ମସଜିଦ ଛକା ନିକଟରେ ଛିଡ଼ା ହୋଇଥିଲେ। ଏହି ସମୟରେ ବିଜୟ, ବିଲୁ ଓ ଆଉ ୨ ଜଣ ସେଠାରେ ପହଞ୍ଚି କୁନାଲଙ୍କ ସହ ପାଟିତୁଣ୍ଡ କରିଥିଲେ। ଏହାପରେ ସେମାନେ କୁନାଲଙ୍କୁ ଗୁଳି କରି ସେଠାରୁ ଚମ୍ପଟ ମାରିଥିଲେ। ଜ୍ୟୋତେନ୍ଦର କହିଛନ୍ତି, “ଭାଇର ସାଙ୍ଗ ଠାରୁ ଖବର ପାଇବା ପରେ ମୁଁ ଘଟଣାସ୍ଥଳକୁ ଯାଇଥିଲି। ମୁଁ ପହଞ୍ଚିଲା ବେଳକୁ ବିଲୁ ମୋ ଭାଇର ହାତ ଧରିଥିବା ବେଳେ ବିଜୟ ତା’ ଛାତିକୁ ଗୁଳି ମାରିଥିଲା। ଗୁଳିମାଡ଼ କରିବା ପରେ ସେମାନେ ଗୋଟିଏ ସୁଇଫ୍ଟ କାର୍‌ରେ ସେଠାରୁ ଫେରାର ହୋଇ ଯାଇଥିଲେ। ଲୋକଙ୍କ ସହାୟତାରେ ମୁଁ କୁନାଲକୁ ସେକ୍ଟର ୨୧ରେ ଥିବା ଏସିଆନ ହସ୍ପିଟାଲକୁ ନେଇଥିଲି। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।” ପୁଲିସ୍‌ ଏବେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ବିଜୟ, ବିଲୁ ଓ ଅନ୍ୟ ୨ ଜଣଙ୍କୁ ଖଜିବା ଆରମ୍ଭ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!