Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୁକୁଡା ବ୍ୟବସାୟୀଙ୍କୁ ହତ୍ୟା ଘଟଣା, ୪ ଅଭିଯୁକ୍ତ ଗିରଫ

by ସଞ୍ଜୟ ସ୍ୱାଇଁ
August 28, 2024
in Crime, State
କୁକୁଡା ବ୍ୟବସାୟୀଙ୍କୁ ହତ୍ୟା ଘଟଣା, ୪ ଅଭିଯୁକ୍ତ ଗିରଫ
57
VIEWS
Share on FacebookShare on Twitter

ଝାରସୁଗୁଡ଼ା, (ବାଘୁଆବାର୍ତ୍ତା): କୁକୁଡ଼ା ବ୍ୟବସାୟକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇକୁ ଗୁଳି କରି ହତ୍ୟା ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏନେଇ ପୁଲିସ ଏସପି ସ୍ମିତ ପରମାର ପୁରୁଷୋତ୍ତମ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କଠାରୁ ଏକ ଦେଶୀ ରିଭଲଭର୍,୧୫ଟି ଜୀବନ୍ତ ଗୁଳି ଜବତ, କାର୍ ଏବଂ ଏକ ସ୍କୁଟି ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ୱାସିମ୍ ଆକ୍ରମ୍, ଶାହାବାଜ୍ ଖାନ୍ ଇମରାନ ଓ ଇଜାଜ୍ ଖାନ୍। ପୁଲିସ୍ ସୂଚନାନୁସାରେ, ମଙ୍ଗଳବଜାରର ୨ ସମ୍ପର୍କୀୟ ଭାଇ ଇମ୍ରାନ୍ ଓ ଶାହାଜାହାନ୍ କୁକୁଡ଼ା ବ୍ୟବସାୟ କରନ୍ତି। ବ୍ୟବସାୟକୁ କେନ୍ଦ୍ର କରି ଗତ କିଛି ମାସ ହେଲା ଉଭୟଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ୩ ମାସ ତଳେ ଶାହାଜାହାନକୁ ମଙ୍ଗଳବଜାରସ୍ଥିତ ଦୋକାନକୁ ଯାଇ ଇମ୍ରାନ୍ ଗାଳିଗୁଲଜ କରିଥିଲା। ତେବେ ଏହି ମାମଲାର ସମାଧାନ ପାଇଁ ଇମ୍ରାନ୍ ସେହି ଅଞ୍ଚଳର ମହମ୍ମଦ ଇଜାଜକୁ କହିଥିଲା। ଗତକାଲି ରାତି ପ୍ରାୟ ୧୦ଟାରେ ଶାହାଜାହାନକୁ ନେଇ ଇଜାଜ୍ ବେହେରାପାଟସ୍ଥିତ ଇମ୍ରାନର କୁକୁଡ଼ା ଫାର୍ମରେ ପହଞ୍ଚିଥିଲା। ଇମ୍ରାନ୍ ଓ ଶାହାଜାହାନକୁ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଇମ୍ରାନ୍ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ବନ୍ଧୁକରେ ଶାହାଜାହାନ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା। ଛାତି ଓ ବେକରେ ଗୁଳି ବାଜିବା ଯୋଗୁଁ ଘଟଣାସ୍ଥଳରେ ହିଁ ଶାହାଜାହାନର ମୃତ୍ୟୁ ହୋଇଯାଇଥିଲା। ଏହା ପରେ ଇମ୍ରାନ୍ ଓ ଇଜାଜ୍ ମିଶି ଶବକୁ ଏକ କାର୍ରେ ନେଇ ଝାରସୁଗୁଡ଼ା-ସମ୍ବଲପୁର ଜିଲ୍ଲା ସୀମାନ୍ତ ରେଙ୍ଗାଲି ବ୍ଲକ୍ ରମ୍ପେଲା ସେତୁରୁ ହୀରାକୁଦ ଡ୍ୟାମକୁ ଫିଙ୍ଗି ଦେଇଥିଲେ। ଶାହାଜାହାନ୍ ରାତିରେ ଘରକୁ ଫେରି ନଥିବାରୁ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ତେବେ ଏହା ଭିତରେ ଘଟଣା ପ୍ରଘଟ ହୋଇଯିବାରୁ ଅଭିଯୁକ୍ତ ଇମରାନ ଓ ଇଜାଜ୍ ଥାନାକୁ ଯାଇ ଆତ୍ମସମର୍ପଣ କରିଥିଲେ। ଇଜାଜ୍ର ସୂଚନାକୁ ଭିତ୍ତି କରି ମଙ୍ଗଳବାର ଦିନ ପ୍ରାୟ ୧୨ଟା ବେଳକୁ ରମ୍ପେଲା ସେତୁ ନିକଟରୁ ଶାହାଜାହାନକୁ ଶବ ଉଦ୍ଧାର କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!