Thursday, March 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ମାରି ପୋଖରୀରେ ଲୁଚାଇଥିଲେ, ମିଳିଛି ମୁଣ୍ଡ ବିହୀନ ମୃତଦେହ

by ସଞ୍ଜୟ ସ୍ୱାଇଁ
May 28, 2025
in Crime, State
ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ମାରି ପୋଖରୀରେ ଲୁଚାଇଥିଲେ, ମିଳିଛି ମୁଣ୍ଡ ବିହୀନ ମୃତଦେହ
49
VIEWS
Share on FacebookShare on Twitter

କଳାହାଣ୍ଡି, (ବାଘୁଆବାର୍ତ୍ତା): ରୂପ ସିଂ ମାଝୀ ନିଖୋଜ ଘଟଣାର ୧୧ ଦିନ ପରେ ପର୍ଦ୍ଦାଫାଶ କଲା ପୋଲିସ । ଗୁଣି ଗାରେଡ଼ି ସନ୍ଦେହରେ ଗାଁର ଲିଙ୍ଗ ମାଝୀ ତାଙ୍କୁ ହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କଳମପୁର ଥାନା ଦେପୁର ଗାଁର ଆଁତରୁ ମାଝୀ ଗତ ୨୦ ତାରିଖ ସନ୍ଧ୍ୟାରୁ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ କଲମପୁର ଥାନାରେ ଏତଲା ଦିଆଯାଇଥିଲା l ଏତଲା ଆଧାରରେ ପୋଲିସ ବହୁ ଖୋଜା ଖୋଜି ପରେ ମଧ୍ୟ କୌଣସି ସୂଚନା ପାଇ ପାରିନଥିଲା । ଏହାକୁ ନେଇ ପରିବାର ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦେବା ସହ ସନ୍ଦେହ କରି ୩ ଜଣ ଯୁବକ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ l ପୋଲିସରେ ଅଭିଯୋଗ ହୋଇଥିବା ଯୁବକ ମାନଙ୍କୁ ଫୋଲ୍ ଟ୍ରେସ୍ କରି ଖୋଜିଥିଲା l ଜଣେ ଯୁବକଙ୍କୁ ହାଇଦ୍ରାବାଦରୁ ଗିରଫ କରି ପଚରାଉଚରା କରିଥିଲା l ଗିରଫ ହୋଇଥିବା ଯୁବକ ସେହି ଗାଁର ଲିଙ୍ଗ ମାଝୀ ବୃଦ୍ଧ ଆତରୁଙ୍କୁ ଗୁଣିଗାରେଡି ସନ୍ଦେହରେ ନିଜେ ହତ୍ୟା କରିଥିବା ସ୍ୱୀକାର କରିଥିଲା । ବୁଧବାର ହତ୍ୟାକାରୀ ଯୁବକଙ୍କୁ ଆଣି ସିନ୍ରିକ୍ରିଏସନ କରିଛି l ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ମାରି ପୋଖରୀରେ ମୃତଦେହକୁ ଲୁଚେଇ ଥିବା ଜଣାପଡିଥିଲା । ଜୁନାଗଡ଼, ଜୟପାଟଣା ଏବଂ କଲମପୁର ପୋଲିସ ବଲାଙ୍ଗିର ଓଡ୍ରାଫ ଟିମ୍ ସାହାଯ୍ୟରେ ପୋଖରୀର ଭିତରୁ ବୃଦ୍ଧଙ୍କ ମୁଣ୍ଡ ବିହୀନ ମୃତଦେହ ଜବତ ହୋଇଥିବା ବେଳେ ମୁଣ୍ଡକୁ ଖୋଜା ଚାଲିଛି l ଗୁଣି ଗାରେଡି ସନ୍ଦେହରେ ଯୁବକ ଲିଙ୍ଗ ମାଝୀ ବୃଦ୍ଧ ରୂପ ସିଂ ମାଝୀଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି l

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!