Saturday, November 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ବାମୀଙ୍କୁ ଛାଡ଼ି ଅନ୍ୟକୁ ବିବାହ କରିବାରୁ ହତ୍ୟା, ୨ ଗିରଫ

by ସଞ୍ଜୟ ସ୍ୱାଇଁ
November 4, 2024
in Crime, State
ସ୍ବାମୀଙ୍କୁ ଛାଡ଼ି ଅନ୍ୟକୁ ବିବାହ କରିବାରୁ ହତ୍ୟା, ୨ ଗିରଫ
154
VIEWS
Share on FacebookShare on Twitter

ଶେରଗଡ଼, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲା ଶେରଗଡ଼ ଥାନା ଅନ୍ତର୍ଗତ ବାଦଗଡ଼ ଠାକୁରାଣୀ ମନ୍ଦିର ନିକଟ ଜଙ୍ଗଲରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଏହାର ଖୋଳତାଡ଼ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ଛି। ସ୍ବାମୀଙ୍କୁ ଛାଡ଼ି ଅନ୍ୟକୁ ବିବାହ କରିବାରୁ ସମ୍ପୃକ୍ତ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ପିଣ୍ଟୁ ନାୟକ ଓ ତୀର୍ଥ ନାୟକ। ପିଣ୍ଟୁ ହେଉଛନ୍ତି ସମ୍ପୃକ୍ତା ମହିଳାଙ୍କ ପ୍ରଥମ ସ୍ବାମୀ। ସେ ହିଁ ସ୍ତ୍ରୀ ଝୁମୁରୀଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ ବୋଲି ଖବରଦାତା ସମ୍ମିଳନୀରେ ଆସିକା ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି। ଏସ୍‌ଡିପିଓ କହିଛନ୍ତି ଯେ, ଝୁମୁରୀଙ୍କ ମୃତଦେହ ୨୬ା୧୦ା୨୦୨୪ରେ ଜବତ ହେବା ପରେ ୧୭/୨୪ରେ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ମହିଳାଙ୍କ ଶରୀରରେ ଗଭୀର କ୍ଷତଚିହ୍ନ ରହିଥିବା ଏବଂ ଧାରୁଆ ଅସ୍ତ୍ର ପ୍ରୟୋଗ କରାଯାଇଥିବା ଜଣାପଡ଼ିବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା। ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଗଠନ ହୋଇଥିଲା। ନଂ. ୪୩୩/୨୪ରେ ଏକ ହତ୍ୟା ମାମଲା ରୁଜୁ କରି ଶେରଗଡ଼ ଥାନା ଅଧିକାରୀ ବରେନ୍ଦ୍ର ଶିଆଳ ଏହାର ତଦନ୍ତ ଆରମ୍ଭ କରିଥିଲେ। ଶେଷରେ ଅଭିଯୁକ୍ତ ପିଣ୍ଟୁ ଓ ତୀର୍ଥଙ୍କୁ ଗିରଫ କରାଯାଇ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଏସ୍‌ଡିପିଓ ମହାପାତ୍ର କହିଥିଲେ। ହତ୍ୟାକାଣ୍ଡ ପରକିୟା ପ୍ରୀତିକୁ ନେଇ ଘଟିଥିବା ପୋଲିସର ତଦନ୍ତ ବେଳେ ସାମ୍‌ନାକୁ ଆସିଛି। ୫ ବର୍ଷ ତଳେ ପୋଲସରାର ଝୁମୁରୀ ନାୟକଙ୍କୁ ଢଉଗାଁର ପିଣ୍ଟୁ ବିବାହ କରିଥିଲେ। କିଛିଦିନ ପରେ ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ପିଣ୍ଟୁଙ୍କ ଦାଦା ପୁଅ ଭାଇ କୃଷ୍ଣ ନାୟକ ତାଙ୍କ ଘରକୁ ଯିବା ଆସିବା କରନ୍ତି। ସମୟକ୍ରମେ ଝୁମୁରୀଙ୍କ ସହ କୃଷ୍ଣଙ୍କ ପ୍ରେମସମ୍ପର୍କ ଗଢି ଉଠିଥିଲା। ଝୁମୁରୀ ଘରେ ଥିବା ୩ ବର୍ଷର ପୁଅକୁ ନ ନେଇ ଲୁଚିକରି କୃଷ୍ଣଙ୍କ ସହ ମାଣିକ୍ୟପୁର ଯାଇ ତାଙ୍କୁ ବିବାହ କରି ସେଠାରେ ରହିଥିଲେ। ପିଣ୍ଟୁ ତାଙ୍କୁ ଅନେକ ଖୋଜାଖୋଜି ପରେ ଝୁମୁରୀ କୃଷ୍ଣଙ୍କ ସହ ମାଣିକ୍ୟପୁରରେ ରହୁଥିବା ଖବର ପାଇଥିଲେ। ୧୫ା୧୦ା୨୦୨୪ରେ ପିଣ୍ଟୁ ସାଥିରେ ତୀର୍ଥଙ୍କୁ ଧରି ମାଣିକ୍ୟପୁର ଯାଇ ଖୋଜାଖୋଜି କରି ପାଇ ନ ଥିଲେ। ପୁଣି ୧୭ା୧୦ା୨୦୨୪ରେ ପିଣ୍ଟୁ ମାଣିକ୍ୟପୁର ଯାଇ ଝୁମୁରୀଙ୍କୁ ପାଇଥିଲେ। ତାଙ୍କୁ ବୁଝାଶୁଝା କରି ପୁଅ ସବୁବେଳେ କାନ୍ଦୁଛି କହି ଘରକୁ ବାଇକ୍‌ରେ ଧରି ଆସିଲେ। ମାତ୍ର ସେ ଗାଁକୁ ନ ଯାଇ ବାଦଗଡ଼ ଠାକୁରାଣୀ ମନ୍ଦିର ନିକଟସ୍ଥ ଜଙ୍ଗଲରେ ବାଇକ୍‌ ରଖିଥିଲେ। ତୀର୍ଥଙ୍କୁ ଜଙ୍ଗଲରେ କେହି ଆସିଯିବ ସେନେଇ ନଜର ରଖିବାକୁ କହିଥିଲେ। ଏହାପରେ ପିଣ୍ଟୁ ଏକ ଧାରୁଆ ପଥରରେ ଝୁମୁରୀଙ୍କ ମୁଣ୍ଡକୁ ଛେଚି ତାଙ୍କୁ ହତ୍ୟା କରିଥିଲେ। ପରେ ଜଙ୍ଗଲରେ ମୃତଦେହ ପକାଇ ପଳାଇଯାଇଥିଲେ ବୋଲି ଏସ୍‌ଡିପିଓ ମହାପାତ୍ର କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!