Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିମାନବନ୍ଦରରେ କର୍ମଚାରୀଙ୍କ ଗଳା କାଟି ହତ୍ୟା

by ସଞ୍ଜୟ ସ୍ୱାଇଁ
August 29, 2024
in Crime, NATIONAL NEWS
ବିମାନବନ୍ଦରରେ କର୍ମଚାରୀଙ୍କ ଗଳା କାଟି ହତ୍ୟା
58
VIEWS
Share on FacebookShare on Twitter

ବେଙ୍ଗାଲୁରୁ, (ବାଘୁଆବାର୍ତ୍ତା): ବିମାନବନ୍ଦରରେ ହେଲା ଛୁରାମାଡ଼। ବିମାନ କର୍ମଚାରୀଙ୍କୁ ଉପରକୁ ମରାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ। ତାଙ୍କ ଗଳା କାଟି ହତ୍ୟା କଲେ। ବୁଧବାର ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଘଟିଛି ଏଭଳି କିଛି ହତ୍ୟାକାଣ୍ଡ। ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ସେପଟେ ଘଟଣା ପରେ ବିମାନ ବନ୍ଦରରେ ଆତଙ୍କ ଖେଳି ଯାଇଛି। ସୂଚନା ମୁତାବକ, ଗରିଫ ଅଭିଯୁକ୍ତ ଜଣକ ହେଲେ ରମେଶ। ଅଭିଯୁକ୍ତ ଜଣକ ବୁଧବାର ବ୍ୟାଗ୍ ଭିତରେ ଏକ ଧାରୁଆ ଅସ୍ତ୍ର ରଖି ବିଏମଟିସି ବସରେ ଚଢ଼ି ବିମାନବନ୍ଦରରେ ପହଞ୍ଚିଥିଲେ। ଏହି କାରଣରୁ ତାଙ୍କ ବ୍ୟାଗ ସ୍କାନ କରାଯାଇ ପାରିନଥିଲା। ପରେ ଏହାର ସୁଯୋଗ ନେଇ ଅଭିଯୁକ୍ତ ରମେଶ ଟର୍ମିନାଲ-୧ (ଲେନ୍) ଦେଇ ପାର୍କିଂ ଅଞ୍ଚଳ ଦେଇ ଶୌଚାଳୟରେ ପହଞ୍ଚିଥିଲେ। ଏହାପରେ ବିମାନକର୍ମଚାରୀ ୪୫ ବର୍ଷୀୟ ରାମକୃଷ୍ଣଙ୍କୁ ଉପରକୁ ଛୁରୀରେ ଆକ୍ରମଣ କରିବା ଆରମ୍ଭ କରିଥିଲେ। ତାଙ୍କ ଗଳା କାଟି ହତ୍ୟା କରିଥିଲେ। ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା ବୋଲି ଉତ୍ତର-ପୂର୍ବ ଡିସିପି ସୂଚନା ଦେଇଛନ୍ତି। ପରକିୟାପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ପତ୍ନୀ ସହ ରାମକୃଷ୍ଣଙ୍କ ଅନୈତିକ ସମ୍ପର୍କ ଥିବା ରମେଶ ସନ୍ଦେହ କରୁଥିଲେ। ଏହି କାରଣରୁ, ରମେଶ ଦୀର୍ଘ ଦିନ ଧରି ରାମକୃଷ୍ଣଙ୍କୁ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ସେ ପୂର୍ବରୁ ଅନେକ ଥର ରାମକୃଷ୍ଣଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ତାଙ୍କୁ କୌଣସି ସୁଯୋଗ ମିଳିନଥିଲା। ତେବେ ଗତକାଲି ରାତିରେ ବିମାନବନ୍ଦରରେ ରାମକୃଷ୍ଣ କାମ କରୁଥିବା ବେଳେ ଏହାର ସୁଯୋଗ ନେଇ ରମେଶ ତାଙ୍କ ଉପରକୁ ଆକ୍ରମଣ କରିଥିବା ପୁଲିସ କହିଛି। ରମେଶକୁ ଗିରଫ କରି ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!