ନୟାଗଡ଼,(ବାଘୁଆବାର୍ତ୍ତା): ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନରହଣା ଗାଁରେ ଘଟିଛି ବଡ଼ ଅଘଟଣ । ଭାଉଜର କଟୁରୀ ଚୋଟରେ ଦିଅରର ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନାନୁସାରେ, ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ନରହଣାରେ ଗାଁ ବିଚିତ୍ରାନନ୍ଦ ପ୍ରଧାନଙ୍କୁ ତାଙ୍କ ବଡ଼ ଭାଉଜ କଟୁରୀରେ ହାଣି ହତ୍ୟା କରିଥିବା ନେଇ ଜଣାପଡିଛି । ଘଟଣାସ୍ଥଳରେ କାକଟପୁର ପୁଲିସ ପହ ô ଶବ ଜବତ କରିଥିବା ବେଳେ ସାଇ ିଫ୍କ୍ ଟିମ୍ ଆସିବା ପରେ ଯାଇ ଶବ ବେବଚ୍ଛେଦ କରାଯିବ । ତେବେ ବିଚିତ୍ରାନନ୍ଦ ବଡ଼ ଭାଉଜକୁ ଅସଦାଚରଣ କରିବାରୁ ଭାଉଜ, ବଡ଼ ଭାଇ ଓ ପତୁରା ମିଶିକି ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ହତ୍ୟା କରିଥିଲେ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।





