ନୟାଗଡ଼,(ବାଘୁଆବାର୍ତ୍ତା) : ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ରଙ୍କଦେଉଳି ଗ୍ରାମରେ ଆଜି ଜଣେ ଏକ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ଶ୍ରାବଣୀ ସାହୁ । ତାଙ୍କୁ ଆଜି ଗୁରୁତର ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ଶ୍ରାବଣୀଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ପହଞ୍ଚିବା ବେଳକୁ ଶ୍ରାବଣୀଙ୍କ ଶବରେ ରହିଥିବା ସୁନା ଅଳଙ୍କାରକୁ ଧରି ସାନ ନଣନ୍ଦ ଫେରାର ହୋଇ ଯାଇଥିବା ଦେଖାଯାଇଛି । ପୁଲିସ ଶ୍ରାବଣୀଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଥିବା ଜଣାଯାଇଛି ।





