ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ସଦରଥାନା ଅନ୍ତର୍ଗତ ଖୁଣ୍ଟୁବନ୍ଧ ପଞ୍ଚାୟତ ଗୁପ୍ତପଲ୍ଲୀ ଗ୍ରାମ ଗହୀର ମଝିରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ମୃତଦେହ କଲିକତା ଅଞ୍ଚଳ ଅନୀଲ ମଲ ବୋଲି ଜଣାଯାଇଛି । ଗତକାଲି ସେ ନିଖୋଜ ଥିଲେ, ଆଜି ସକାଳୁ ତାଙ୍କ ଶବ ଦେଖିବାକୁ ମିଳିଛି । କଲିକତାରୁ ନୟାଗଡ଼ ଆସୁଥିବା ଆଳୁ ଟ୍ରକରେ ଅନୀଲ୍ ହେଲପର ଭାବେ ନୟାଗଡ଼ ଆସିଥିଲେ । ସେ ନିଖୋଜ ଥିବା ନେଇ ଟ୍ରକ ଡ୍ରାଇଭର ଗତକାଲି ଟାଉନଥାନା ପୁଲିସକୁ ଜଣାଇଥିଲା । ଆଜି ଅନୀଲଙ୍କ ମୃତ ଦେହ ଝୁଲୁଥିବା ଦେଖା ଯାଇଥିଲା । ପାରିପାଶ୍ୱର୍ିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।





