Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଳାପାଟରେ ହତ୍ୟା – ସନ୍ଦେହରେ ପୁଅ ଅଟକ

by ସଞ୍ଜୟ ସ୍ୱାଇଁ
November 4, 2019
in Crime, State
38
VIEWS
Share on FacebookShare on Twitter

ଗଣିଆ ୦୪.୧୧(ବାଘୁଆବାର୍ତ୍ତାବ୍ୟୁରୋ) ନୟାଗଡ ଜିଲ୍ଲା ଗଣିଆ ଥାନା ମଣିଭଦ୍ରା ପର୍ବତ ପାଦଦେଶରେ ଥିବା ମା କଳାପାଟ ପୀଠ ପରିସରରେ ସୋମବାର ସକାଳୁ ଏକ ମୃତ ବ୍ୟକ୍ତିଙ୍କ ଶବ ପଡ଼ିଥିବାର ଦେଖିବାକୁ ମିଳିଥିଲା ।ମାକଳାପାଟଙ୍କ ପୀଠ ସମ୍ମୁଖ ଦେଇ ଯାଇଥିବା ବଡମୂଳ – ଗଣିଆ ପୂର୍ତ ରାସ୍ତାରେ ସକାଳୁ ଲୋକଙ୍କ ଯାତାୟତ ବେଳେ ସ୍ଥାନୀୟ ଲୋକେ ମନ୍ଦିର ସମ୍ମୁଖରେ ଏକ ଲୁଙ୍ଗି ଘୋଡେଇ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ଖବରପାଇ ଗଣିଆ ପୋଲିସ ଘଟଣାସ୍ଥଳରେ ପହଚିଂ ମୁହଁରୁ ଲୁଙ୍ଗି ଖୋଲିବା ପରେ ମୃତ ବୃଦ୍ଧ ଗୟାଧର ବୋଲି ଜଣାପଡିଥିଲା । ଠାକୁରାଣୀଙ୍କ ପୀଠର ମଣ୍ଡପ ପରିସରରେ ଥିବା ମାଟିଘୋଡା ଦ୍ୱାରା ଜଣେ ବୃଦ୍ଧଙ୍କୁ କେହି ଦୁର୍ବୁର୍ତ ବାଡେଇ ବାଡେଇ ହତ୍ୟା କରିଥିବା ଜଣାପଡିଛି । ମୃତ ବୃଦ୍ଧ ଜଣଙ୍କ ହେଲେ ଛାମୁଣ୍ଡିଆ ଗ୍ରାମର ଗୟାଧର ବାରିକ (୬୭) । ଉକ୍ତ ଘଟଣାରେ ପୋଲିସ ପାରିବାରିକ କଳହକୁ ସନ୍ଦେହ କରି ମୃତ ଗୟାଧରଙ୍କ ସାନପୁଅ ଗୋପୀନାଥ ବାରିକ (ଲଣ୍ଡା)କୁ ଅଟକ ରଖି ପଚରାଉଚରା କରିବା ସହ ଅନ୍ୟ ଦିଗରୁ ମଧ୍ୟ ତଦନ୍ତ ଜାରି ରଖିଥିବା ଜଣାପଡିଛି । ତେବେ ପରେ ଘଟଣାସ୍ଥଳରେ ନୟାଗଡରୁ ସାଇଟିଂଫିକ ଟିମ୍ ପହଚିଂ ପାରିପାଶ୍ୱିକ ସ୍ଥିତି ପରଖିବା ସହ ଘଟଣାସ୍ଥଳରୁ ରକ୍ତ ନମୂନା ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରିଥିଲେ । ଘଟଣାସ୍ଥଳରେ ଗଣିଆ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ, ଖଣ୍ଡପଡା ଏସଡିପିଓ ଶ୍ରୀନିବାସ ମହାନ୍ତି, ଗଣିଆ ଥାନା ସବ୍ ଇନିସ୍ପେକ୍ଟର ଶ୍ରଦ୍ଧା ନାୟକ ଶବକୁ ଜବତ କରିବା ସହ ମୃତ ଗୟାଧରଙ୍କ ପରିବାର ଲୋକଙ୍କଠାରୁ ବୟାନ ସଂଗ୍ରହ କରିଥିଲେ । ମୃତ ଗୟାଧରଙ୍କ ପନô୍ୀ ଶାନ୍ତିଲତା ବାରିକ ତାଙ୍କର ସ୍ୱାମୀଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଅନୁୟାୟୀ ପୋଲିସ କେସ୍ ନଂ ୪୩ /୧୯ରେ କେସ୍ ଋଜୁ କରିବା ସହ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।ପ୍ରକାଶ ଯେ, ମୃତ ଗୟାଧର ଛାମୁଣ୍ଡିଆ ବଜାରରେ ଏକ ଛୋଟିଆ ସେଲୁନ ଦୋକାନ କରି ନିଜର ଗୁଜୁରାଣ ମେଟାଂଉଥିଲେ । ବିଭିନ୍ନ ସମୟରେ ପାରିବାରିକ କଳହକୁ ନେଇ ଗୟାଧର ଗତ କିଛି ଦିନ ଧରି ସେହି ସେଲୁନରେ ରହିଆସୁଥିଲା । ତେବେ ରବିବାର ରାତ୍ରୀ ୯ଟା ପରେ ପୁଣିଥରେ କଳହକୁ ନେଇ ଗୟାଧର ଘରଛାଡି ପଳାଇଯିବା ପାଇଁ ସେଲୁନ ଛାଡି ବାହରିଆସିଥିଲେ । ତେବେ ଗୟାଧରକୁ କିଏ କେଉଁ ପରିସ୍ଥିତିରେ ହତ୍ୟା କଲା ପୋଲିସ ତଦନ୍ତ ପରେପ୍ରକୃତ ରହସ୍ୟ ଜଣାପଡିବ । ଏହି ଅବସରରେ ମା କଳାପାଟଙ୍କ ପୀଠରେ ଏଭଳି ଘଟଣା ପ୍ରଥମ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଅଭାବନୀୟ ଘଟଣାକୁ ନେଇ ମା ଙ୍କ ପୂଜାର୍ଚ୍ଚନା ଓ ନିତୀକାନ୍ତି ବନ୍ଦ ହୋଇଥିଲା ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!