ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ବାଲୁଗାଁ ସଅଁର ସାହିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଯୁବକ ଜଣଙ୍କ ହେଲେ ଏହି ସାହିରେ ରହୁଥିବା କାଳିଆ ନାୟକ । ମିଳିଥିବା ସୂଚନାନୁସାରେ, କାଳିଆ ଗତକାଲି ପ୍ରଚୁର ମଦ୍ୟପାନ କରି ଘରେ ଗଣ୍ଡଗୋଳ କରିବାରୁ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଇଛି । ଏନେଇ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ବେଳେ ଖବରପାଇ ଘଟଣାସ୍ଥଳରେ ପୁଲିସ ପହଂଚିଛି ।





