Wednesday, July 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋବାଇଲକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଆସାମୀ ଗିରଫ

by ସଞ୍ଜୟ ସ୍ୱାଇଁ
October 3, 2018
in Feature News
22
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା ବ୍ୟୁରୋ): ଇଟାମାଟି ଥାନା ଅନ୍ତର୍ଗତ ଲାଠିପଡ଼ା ଜଗତିସାହିର ଏକ ଚାଷୀଜମି ମଧ୍ୟରେ ଗତ ୧୨.୫.୧୮ରେ ଏକ ଅଚିହ୍ନା ଯୁବକଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଏହି ହତ୍ୟାକାଣ୍ଡ ଘଟଣାକୁ ନେଇ ନୟାଗଡ଼ ପୋଲିସର ମୁଣ୍ଡବ୍ୟଥା ହୋଇଥିଲା । ଦୀର୍ଘ ୧୮ଦିନ ପରେ ଏହି ଘଟଣାର ରହସ୍ୟ ଉନ୍ମୋଚନ ହୋଇଛି ।

ଘଟଣାରୁ ପ୍ରକାଶ ଯେ, ଏହି ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଅତିରିକ୍ତ ଏସ୍ପି ଦିଲ୍ଲୀପ କୁମାର ଶାହାଣୀ ଏକ ସାମ୍ବାଦିକ ସମ୍ମିଳନୀରେ ଉନ୍ମୋଚନ କରିଛନ୍ତି । ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଗତ ୧୨.୫.୧୮ରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗୋବିନ୍ଦପୁର ଗାଁର ଆଖୁରସ ବେପାରୀ ଶଙ୍କର ଲେଙ୍କା(୪୫)ଙ୍କୁ ଲାଠିପଡ଼ା ଅଞ୍ଚଳକୁ ଆଖୁ ସଂଗ୍ରହ କରି ଟାଙ୍ଗୀକୁ ନେଇ ବେପାର କରିବା ପାଇଁ ଆସିଥିଲେ । ଶଙ୍କର ଜଣେ ଆଖୁରସ ବେପାରୀ । ସେ ଟାଙ୍ଗୀରେ ରହି ଆଖୁରସ ବେପାର କରନ୍ତି ଏବଂ ବିଭିନ୍ନ ଅଞ୍ଚଳରେ ମେଳା ମହୋତ୍ସବରେ ଆଖୁରସ ବିକ୍ରୀ କରନ୍ତି । ସେ ନୟାଗଡ଼ ଅଞ୍ଚଳରୁ ଆଖୁ ସଂଗ୍ରହ କରି ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀକୁ ନିଅନ୍ତି । କିନ୍ତୁ ଗତ ୧୨.୫.୧୮ଦିନ ଆଖୁ ସଂଗ୍ରହ କରିବା ପାଇଁ ଆସିଥିବା ବେଳେ ଇଟାମାଟି ଥାନା ନାଗପୁର ଗାଁର ଅଶୋକ ମଲିକ ଏବଂ ସଲ୍ଲାକ ମଲିକ ଦେଖା ହୋଇଥିଲା ।

ଯୋଜନାବଦ୍ଧ ଭାବେ ସଲ୍ଲାକ ମଲିକର ସମ୍ପର୍କୀୟ ଶଙ୍କର ଲେଙ୍କା ହୋଇଥିବାରୁ ତାକୁ ନାଗପୁର ଗାଁକୁ ନେଇଥିଲା । ସେମାନେ ଶଙ୍କରକୁ ରଖି ନାଗପୁର ଠାରେ ତାହାସହିତ ମଦ୍ୟପାନ କରିଥିଲେ । ଏହି ଘଟଣା ସନ୍ଧ୍ୟା ୭.୩୦ ସମୟରେ ସମସ୍ତେ ମଦ୍ୟପାନ କରିଥିଲେ । କିନ୍ତୁ ସଲ୍ଲାକ ମଲିକର ୩ବର୍ଷ ତଳେ ଏକ ମୋବାଇଲ ଚୋରିକୁ ନେଇ ଶଙ୍କରଙ୍କ ଉପରେ ରାଗ ରହିଥିଲା । ତେଣୁ ପ୍ରଚୁର ମଦ୍ୟପାନ ପରେ ପରସ୍ପର ମଧ୍ୟରେ ଉଚ୍ଚବାଚ ହୋଇଥିଲା । ଏହାପରେ ଉତ୍ତ୍ୟକ୍ତ ହୋଇ ଅଶୋକ ମଲିକ ଏବଂ ସଲ୍ଲାକ ମଲିକ ମିଳିତ ହୋଇ ଏକ ମାଙ୍କଡ଼ା ପଥରରେ ଶଙ୍କରର ମୁଣ୍ଡକୁ ଛେଚିବା ପରେ ମୃତ୍ୟୁ ହୋଇଥିଲା । ଏହାସହିତ ଏକ ଧାରୁଆ ବ୍ଲେଡ ସାହାଯ୍ୟରେ ତା’ର ବେକକୁ କାଟି ଦେଇଥିଲେ । ଯଦ୍ଦ୍ୱାରା ଶଙ୍କରର ମୃତ୍ୟୁ ହୋଇଥିଲା । ଏହାପରେ ସେମାନେ ନିର୍ଜନ ରାତ୍ରି ୧୨ଟା୩୦ ପରେ ଏକ ମଟରସାଇକେଲରେ ଶଙ୍କରର ଶବକୁ ନାଗପୁର ଠାରୁ ନେଇ ଲାଠିପଡ଼ା ଜଗତିପୁର ସାହିର ଏକ ଚାଷଜମି ମଝିରେ ଫୋପାଡ଼ି ପଳାଇଯାଇଥିଲେ । ଏହି ଘଟଣାକୁ ନେଇ ଇଟାମାଟି ପୋଲିସ ଘଟଣାସ୍ଥଳକୁ ଯାଇ ଶଙ୍କରର ଶବକୁ ଜବତ କରିଥିଲେ ଏବଂ ଏହାପରେ ଇଟାମାଟି ପୋଲିସ ଶବକୁ ବ୍ୟବଚ୍ଛେଦ କରିବା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆଣିଥିଲା । ଇଟାମାଟି ପୋଲିସ ଶଙ୍କରର ପରିଚୟ ପାଇବା ପରେ ତାଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲା । ସମ୍ପର୍କୀୟମାନେ ନୟାଗଡ଼ ଆସି ଶଙ୍କରଙ୍କୁ ଚିହ୍ନଟ କରିଥିଲେ । ଏ ସମ୍ପର୍କରେ ଇଟାମାଟି ଥାନାରେ ୪୫/୧୮ରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିଲା । ଇଟାମାଟି ଥାନା ଅଧିକାରୀ ସରୋଜ କୁମାର ସାହୁ ଏବଂ ଏଏସ୍ଆଇ ଶ୍ରୀ ନନ୍ଦ, ଏସ୍ପି ଆଶିଷ କୁମାର ସିଂ, ଏସ୍ଡିପିଓ ଜୟରାମ ଶତପଥୀ ପ୍ରଭୃତି ଘଟଣାକୁ ତଦନ୍ତ କରି ଗତକାଲି ୩୦ତାରିଖ ଦନି ୪ଟାରେ ନାଗପରୁ ଗାରଁ ଅଶୋକ ମଲିକ(୨୫)କୁ ଗିରଫ କରିଥିଲେ । ଅଶୋକ ହତ୍ୟା କରିଥିବାର ସ୍ୱୀକାର କରିଥିଲା ଏବଂ ଯେଉଁ ବ୍ଲେଡରେ ହତ୍ୟା କରିଥିଲେ ବ୍ଲେଡକୁ ମଧ୍ୟ ଜବତ କରିଛନ୍ତି ।

ଏହି ଘଟଣାରେ ସମ୍ପୃକ୍ତ ଥିବା ସଲ୍ଲାକ ମଲିକ ଫେରାର ହୋଇଯାଇଛି ବୋଲି ଅତିରିକ୍ତ ଏସ୍ପି ଦିଲୀପ କୁମାର ଶାହାଣୀ ସୂଚନା ଦେଇଥିଲେ । ଅଶୋକଙ୍କ ନାଁରେ କେସ୍ ରୁଜୁ ହେବା ସହିତ ୩୦୨, ୨୦୧, ୩୪ ଆଇପିସିରେ କେସ୍ ରୁଜୁ କରାଯାଇଛି । ଆଜି ଅଶୋକକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । କୋର୍ଟ ଅଶୋକର ଜାମିନ ନାମଞ୍ଜୁର କରିବାରୁ ଜେଲ୍କୁ ପଠାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ଦିଲୀପ ଶାହାଣୀ, ଏସଡିପିଓ ଜୟରାମ ଶତପଥୀ, ଇଟାମାଟି ଥାନା ଅଧିକାରୀ ସରୋଜ କୁମାର ସାହୁ ଉପସ୍ଥିତ ଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!