ନୟାଗଡ଼,(ବାଘୁଆବାର୍ତ୍ତା): ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଶିଖରପୁର ଗ୍ରାମ କୁମ୍ଭାରସାହିର ବିବାହିତା ମହିଳାଙ୍କୁ ହତ୍ୟା ଅଭିଯୋଗରେ ସଂପୃକ୍ତ ମହିଳାଙ୍କ ସ୍ୱାମୀ ଓ ଦିଅରଙ୍କୁ ପୁଲିସ ଗିରଫ କରିଛି । ଝୁମୁରୀ ସାହୁ(୩୫)ଙ୍କୁ ଶାଶୁଘର ଲୋକେ ରବିବାର ଦିନ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଖଣ୍ଡପଡ଼ା ପୁଲିସ ୧୦୦/୨୧ରେ ଏକ ମାମଲା ରୁଜୁ ହୋଇ ତଦନ୍ତ କରିଥିଲା । ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ମୃତ ମହିଳାଙ୍କ ମଝିଆ ଦିଅର ପ୍ରଶାନ୍ତ କୁମାର ଚୈାଧୁରୀ ଏବଂ ସ୍ୱାମୀ ଶୁସାନ୍ତ କୁମାର ଚୈାଧୁରୀଙ୍କୁ ପୁଲିସ ସୋମବାର ରାତିରେ ଗିରଫ କରିଥିବା ଜଣାଯାଇଛି ।






