ନୟାଗଡ଼, (ବାଘୁଆବାର୍ତ୍ତା): ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ ଦୁଡ଼ା ଗ୍ରାମରେ ଗତ ୨ ଦିନ ତଳେ ଘଟିଯାଇଛି ଅଭାବନୀୟ ଘଟଣା। ସୂଚନା ଥାଉକି ୨ ଦିନତଳେ ତଲାପାଜୁ ଗ୍ରାମର ସାରସ୍ୱତ ଜାନି (୬୦) କୁ ଦୁଡ଼ାଛକ ଠାରେ ଦୁଡ଼ା ଗ୍ରାମର ଯୋଗେନ୍ଦ୍ର କହଁର ଠେଙ୍ଗାରେ ପିଟିପିଟି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଥିଲା । ପରେ ଖବର ପାଇ ବାଣୀଗୋଛା ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ଖୋଳତାଡ଼ ଆରମ୍ଭ କରିଦେଇଥିଲା । ଆଜି ଅପରାହ୍ନରେ ଦୁଡ଼ା ନିକଟସ୍ଥ ତଲାପାଜୁ ଠାରେ ଥିବା ଏକ ଘଞ୍ଚ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ଯୋଗେନ୍ଦ୍ର ଙ୍କ ମୃତଦେହ ଉଦ୍ଧାର କରିଛି ବାଣୀଗୋଛା ପୋଲିସ । ତେବେ ପୋଲିସର ସମସ୍ତ ତଦନ୍ତ ପରେ ଘଟଣା ଉପରୁ ପରଦା ଉଠିବ ବୋଲି ଚର୍ଚ୍ଚା ହେଉଛି ।






