Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଥରରେ ଛେଚି ଯୁବକଙ୍କୁ ହତ୍ୟା

by ସଞ୍ଜୟ ସ୍ୱାଇଁ
February 10, 2025
in Crime, State
ପଥରରେ ଛେଚି ଯୁବକଙ୍କୁ ହତ୍ୟା
128
VIEWS
Share on FacebookShare on Twitter

ଦିଗପହଣ୍ଡି, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ଡୋଳବ ଗାଁ ନିକଟ ରାସ୍ତାକଡ ଚାଷଜମିରୁ ଜଣେ ଯୁବକଙ୍କ ମୃତଦେହକୁ ସୋମବାର ସକାଳେ ପାଟପୁର ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ପୋଡ଼ାମାରି ଗ୍ରାମ ଢ଼ିମିରା ସାହିର ରଜତ ଗୌଡ଼(୨୫)। ରଜତଙ୍କ ମୁଣ୍ଡକୁ ପଥରରେ ଛେଚି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଖବର ପାଇ ପାଟପୁର ଥାନା ଆଇଆଇସି ଦୀପ୍ତିରଞ୍ଜନ ବେହେରା ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧନୀ କୁକୁର ସହାୟତାରେ ତଦନ୍ତ କରାଯିବା ପରେ ଜବତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ରଜତଙ୍କ ମୃତଦେହଟି ଚାଷଜମିର ହିଡ଼ ପାର୍ଶ୍ୱରେ ପଡ଼ିଥିବା ବେଳେ ପ୍ରାୟ ୧୦ ଫୁଟ ଦୂରରେ ଏକ ବାଇକ୍ ରାସ୍ତା ଉପରେ ପଡ଼ିଥିଲା। ଭୋର୍‌ରେ ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ କୁହୁଡି ହୋଇଥିଲା। କିଛି ଗ୍ରାମବାସୀ ପ୍ରଥମେ ବାଇକ୍‌ଟିକୁ ଦେଖି କୁହୁଡି ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ କରିଥିଲେ। ପରେ କିଛି ଦୂରରେ ଥିବା ଜମିରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପାରିପାଶର୍‌ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଛି। ରଜତ ହାଇଦ୍ରାବାଦର ଏକ ହୋଟେଲରେ କାମ କରୁଥିଲେ। ଗତ କିଛିଦିନ ହେଲା ସେ ଗ୍ରାମକୁ ଆସିଥିଲେ। ସନ୍ଧ୍ୟାରେ କାମ ଅଛି କହି ଘରୁ ଯାଇଥିଲେ। ବିଳମ୍ବିତ ରାତି ଯାଏ ଘରକୁ ଫେରି ନ ଥିଲେ। ଘର ଲୋକେ ତାଙ୍କ ମୋବାଇଲକୁ ଫୋନ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନ ଥିଲେ। ପରିବାର ଲୋକେ ଗ୍ରାମର ବିଭିନ୍ନ ସ୍ଥାନକୁ ଯାଇ ତାଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ରଜତଙ୍କ ମୃତ୍ୟୁର କାରଣ ସଡ଼କ ଦୁର୍ଘଟଣା ନା ହତ୍ୟା ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!