Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩ଶହ କୋଟି ପାଇଁ ଶ୍ୱଶୁର ଉପରେ ସଡ଼ଯନ୍ତ୍ର କରି କାର୍ ଚଢ଼ାଇ ଦେଲା ବୋହୂ

by ସଞ୍ଜୟ ସ୍ୱାଇଁ
June 7, 2024
in Crime, NATIONAL NEWS
୩ଶହ କୋଟି ପାଇଁ ଶ୍ୱଶୁର ଉପରେ ସଡ଼ଯନ୍ତ୍ର କରି କାର୍ ଚଢ଼ାଇ ଦେଲା ବୋହୂ
83
VIEWS
Share on FacebookShare on Twitter

ନାଗପୁର, (ବାଘୁଆବାର୍ତ୍ତା): ସମ୍ପତ୍ତି ଲୋଭ ହେଲା କାଳ। ଶ୍ୱଶୁରଙ୍କୁ ରାସ୍ତାରୁ ହଟାଇ ତାଙ୍କ ୩ଶହ କୋଟିର ସମ୍ପତ୍ତି ହାତେଇବାକୁ ବୋହୂ ପାଲଟିଗଲେ ପିଶାଚିନୀ । ସୁପାରୀ କିଲରଙ୍କ ଦ୍ୱାରା ବିଚ୍‌ ରାସ୍ତାରେ କାର୍‌ ମଡ଼ାଇ ଅତି ନିର୍ମମ ଭାବେ ଶ୍ୱଶୁରଙ୍କୁ ହତ୍ୟା କଲେ। ଏହି ଘଟଣାରେ ପୁଲିସ୍ ଅଭିଯୁକ୍ତା ବୋହୂଙ୍କୁ ଗିରଫ କରିଛି। ଏପରି ଏକ ଲୋମଟାଙ୍କୁରା ଘଟଣା ମହାରାଷ୍ଟ୍ରର ନାଗପୁରରେ ଘଟିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତା ଅର୍ଚ୍ଚନା ପୁଟ୍ଟେୱାରଙ୍କୁ ବାନ୍ଧିଛି ପୁଲିସ୍‌। ଅର୍ଚ୍ଚନାଙ୍କୁ ନିଜ ଶ୍ୱଶୁର ପୁରୁଷୋତ୍ତମ ପୁଟ୍ଟେୱାରଙ୍କ ହତ୍ୟା ମାମଲାରେ ଗିରଫ କରାଯାଇଛି। ୮୨ ବର୍ଷୀୟ ପୁରୁଷୋତ୍ତମ ନାଗପୁରର ଜଣେ ବିତ୍ତଶାଳୀ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ପୁଅ ସହରର ଜଣେ ପ୍ରତିଷ୍ଠିତ ଡାକ୍ତର ଥିଲେ। ଏଥିସହ ବୋହୂ ଅର୍ଚ୍ଚନା ବି ମହାରାଷ୍ଟ୍ର ସରକାରରେ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଭାବେ କାମ କରୁଥିଲେ। ମାତ୍ର ପୁରୁଷୋତ୍ତମଙ୍କ ସମ୍ପତ୍ତିକୁ ନେଇ ସବୁବେଳେ ପରିବାରରେ କଳହ ଲାଗି ରହୁଥିଲା । ଗତ ମେ’ ୨୨ ତାରିଖରେ ପୁରୁଷୋତ୍ତମ ନିକଟରେ ଥିବା ନିଜ ଝିଅ ଘରକୁ ଚାଲି ଚାଲି ଯାଉଥିଲେ। ଉକ୍ତ ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ପୁରୁଷୋତ୍ତମଙ୍କୁ ଧକ୍କା ଦେଇଥିଲା। ସେ ତଳେ ପଡ଼ି ଯିବାରୁ ଡ୍ରାଇଭର ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରି ଉକ୍ତ ସମୟରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ଗିରଫ କରିଥିଲା। ତାଙ୍କୁ ପଚରାଉଚରା କରାଯିବାରୁ ଏଥିନିମନ୍ତେ ପୁରୁଷୋତ୍ତମଙ୍କ ପୁଅଙ୍କ ଡ୍ରାଇଭର ତାଙ୍କୁ ଟଙ୍କା ଦେଇଥିବା କହିଥିଲେ। ଏହାପରେ ପୁଲିସ୍ ତୁରନ୍ତ ପୁରୁଷୋତ୍ତମଙ୍କ ପୁଅଙ୍କ ଡ୍ରାଇଭରଙ୍କୁ ଗିରଫ କରିବାରୁ ଏଥିନିମନ୍ତେ ପୁରୁଷୋତ୍ତମଙ୍କ ବୋହୂ ସୁପାରି ଦେଇଥିବା କହିଥିଲେ। ଏହି ଘଟଣାରେ ପୁଲିସ୍ ଅର୍ଚ୍ଚନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ତାଙ୍କ ସ୍ୱାମୀଙ୍କ ଏଥିରେ ସମ୍ପୃକ୍ତି ଅଛି ନା ନାହିଁ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ୩ଶହ କୋଟି ହାତେଇବାକୁ ନିଜ ଶ୍ୱଶୁରଙ୍କୁ ଏପରି ନିର୍ମମ ଭାବେ ହତ୍ୟା କରିଥିବା ଅର୍ଚ୍ଚନା ସ୍ୱୀକାର କରିଥିବା ଜଣାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!