Wednesday, August 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଧ୍ୟପ୍ରଦେଶରେ ହତ୍ୟା ରାଜସ୍ଥାନରେ ଫୋଡାଡ଼ିଦେଲେ

by ସଞ୍ଜୟ ସ୍ୱାଇଁ
September 17, 2021
in Crime, State
ମଧ୍ୟପ୍ରଦେଶରେ ହତ୍ୟା ରାଜସ୍ଥାନରେ ଫୋଡାଡ଼ିଦେଲେ
57
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦିଲ୍ଲୀରୁ ଅପହରଣ କରି ମଧ୍ୟପ୍ରଦେଶରେ ହତ୍ୟା କରାଯାଇଛି । ଏବଂ ରାଜସ୍ଥାନରେ ମୃତ ଦେହକୁ ଫିଙ୍ଗି ଦେଇଥିଲେ । ଜଣକୁ ହତ୍ୟା କରାଯାଇଛି ହେଲେ ତିନୋଟି ରାଜ୍ୟକୁ ମିଶ୍ରଣ କରାଯାଇଛି । ଉତ୍ତରପ୍ରଦେଶର ଏକ ଦମ୍ପତିଙ୍କୁ ଦିଲ୍ଲୀରୁ ଅପହରଣ କରି ପରେ ମଧ୍ୟପ୍ରଦେଶକୁ ନିଆଯାଇ ହତ୍ୟା କରାଯାଇଥିଲା। କେବଳ ଏତିକି ନୁହେଁ, ଯୁବତୀଙ୍କ ମୃତଦେହକୁ ରାଜସ୍ଥାନକୁ ନିଆଯାଇ ଫିଙ୍ଗି ଦିଆଯାଇଥିଲା । ପୁଲିସ ଆଜି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି । ଏହି ଜଘନ୍ୟ ଅପରାଧ ଘଟାଇଥିବାରୁ ପୁଲିସ ଝିଅର ପରିବାର ସଦସ୍ୟଙ୍କୁ ଗିରଫ କରିଛି । ଝିଅର ପରିବାର ସଦସ୍ୟ ଏହି ଅପରାଧ ସ୍ୱୀକାର କରିଥିବାବେଳେ ପୁଲିସ କହିଛି ଯେ ମୃତ ଯୁବତୀ ଜଣକ ନାବାଳିକା ଥିବାବେଳେ ଯୁବକ ଜଣକ ସାବାଳକ ଥିଲେ । ଉଭୟ ମୃତକଙ୍କ ଘର ଉତ୍ତରପ୍ରଦେଶରେ ଫିରୋଜାବାଦ ଅଞ୍ଚଳର ହୋଇଥିବାବେଳେ ସେମାନେ ପଡୋଶୀ ଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା, କିନ୍ତୁ ସେମାନଙ୍କ ପରିବାର ସଦସ୍ୟ ଏହି ସମ୍ପର୍କକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । ଉଭୟ ନିଜ ପରିବାର ସଦସ୍ୟଙ୍କୁ ବିବାହ ପାଇଁ ମନାଇବାକୁ ଅନେକ ଥର ଚେଷ୍ଟା କରିଥିଲେ ବି କିନ୍ତୁ ସେମାନେ ରାଜି ହୋଇନଥିଲେ । ଏହା ପରେ, ଜୁଲାଇ ୩୧ ରେ, ଉଭୟ ପ୍ରେମୀଯୁଗଳ ଘରୁ ଫେରାର ହୋଇଯାଇଥିଲେ । କିଛି ଦିନ ପରେ ଝିଅର ପରିବାର ଉଭୟ ଦିଲ୍ଲୀରେ ଅଛନ୍ତି ବୋଲି ଜାଣିବାକୁ ପାଇଥିଲେ । ସେଠାରେ ସେମାନେ ବିବାହ କରିସାରିଥିବାବେଳେ ଏହି ଦମ୍ପତିଙ୍କୁ ଜିପ୍ରେ ଦିଲ୍ଲୀରୁ ଅପହରଣ କରାଯାଇଥିଲା। ଅପହରଣ ପରେ ଉଭୟଙ୍କୁ ମଧ୍ୟପ୍ରଦେଶର ଭିଣ୍ଡକୁ ନିଆଯାଇଥିଲା। ସେଠାରେ ଉଭୟଙ୍କୁ ହତ୍ୟା କରାଯିବା ପରେ ଯୁବକଙ୍କ ମୃତଦେହକୁ ମଧ୍ୟପ୍ରଦେଶର ଅଟାରି ଫୋଫାଡ଼ି ଚାଲିଯାଇଥିଲେ । ସେହିପରି ପ୍ରମାଣ ଲୁଚାଇବାକୁ ଯୁବତୀଙ୍କ ମୃତଦେହକୁ ରାଜସ୍ଥାନର ଢ଼ୋଲପୁରରେ ଫୋଫାଡ଼ି ଦେଇଥିଲେ । ଅଗଷ୍ଟ ୫ରେ ରାଜସ୍ଥାନ ପୁଲିସକୁ ଯୁବତୀଙ୍କ ମୃତଦେହ ମିଳିଥିବାବେଳେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା । ଏହି ସମୟରେ ପୁଅର ନିଖୋଜ ସମ୍ପର୍କରେ ପୁଅର ପିତା ଅଗଷ୍ଟ ୧୦ ରେ ଏକ ମାମଲା ଦାୟର କରିଥିଲେ। ରାଜସ୍ଥାନରେ ଯୁବତୀଙ୍କ ମୃତଦେହ ମିଳିବା ପରେ ପୁଲିସ ସନ୍ଦେହ କରିଥିଲା ଯେ ଏହି ଦୁଇଙ୍କ ମୃତ୍ୟୁ ମଧ୍ୟରେ କିଛି ସମାନତା ରହିଛି । ଯେତେବେଳେ ଯୁବତୀଙ୍କ ପରିବାର ସଦସ୍ୟଙ୍କ ମୋବାଇଲ୍ ଲୋକେସନ ବିଷୟରେ ପୁଲିସ ତଦନ୍ତ କରିଥିଲା, ସେତେବେଳେ ଏହା ପ୍ରଥମେ ଦିଲ୍ଲୀ, ପରେ ଭିଣ୍ଡ ଏବଂ ପରେ ଗ୍ୱାଲିଅର୍ ଏବଂ ଢ଼ୋଲପୁର ଯାଇଥିବାର ଦେଖିବାକୁ ମିଳିଥିଲା । ଏହା ପରେ ପୁଲିସ ଝିଅର ପରିବାର ସଦସ୍ୟଙ୍କୁ ପଚରାଉଚରା ପାଇଁ ଡାକିଥିଲା। ସନ୍ଦେହରେ ପୋଲିସ ତାଙ୍କୁ ଗିରଫ କରିଥିଲା ଏବଂ ପରେ ସେମାନେ ଏହି ହତ୍ୟାକାଣ୍ଡ କରିଥିବାର ସ୍ୱୀକାର କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!