ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ଖେଡ଼ପଡ଼ା ଗ୍ରାମରେ ଗତକାଲି ଏକ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ମୃତ୍ୟୁ ବରଣ କରିଥିବା ମହିଳା ଜଣଙ୍କ ହେଲେ ଖେଡ଼ପଡ଼ା ସ୍କିମସାହିର ଦିଲ୍ଲୀପ ନାୟକଙ୍କ ସ୍ତ୍ରୀ ସୁଭଦ୍ରା ନାୟକ । କିଛି ମାସ ତଳେ ଦଶପଲ୍ଲା ଥାନା ଡିହଗାଁ ମଧୁପୁରର ବାମଦେବ ନାୟକଙ୍କ ଝିଅ ସୁଭଦ୍ରାଙ୍କର ଖେଡ଼ପଡ଼ା ଦୁଃଖା ନାୟକଙ୍କ ପୁଅ ଦିଲ୍ଲୀପ ସହ ହୋଇଥିଲା । ଗତକାଲି ମଧ୍ୟାହ୍ନରେ ସୁଭଦ୍ରାଙ୍କ ଶବ ଝୁଲନ୍ତା ଅବସ୍ଥାରେ ଦେଖାଯାଇଥିଲା । ସୁଭଦ୍ରାଙ୍କ ବାପଘର ପରିବାର ସଂନ୍ଧ୍ୟାରେ ଖେଡ଼ପଡ଼ା ଆସି ଝିଅର ମୃତ ଦେହ ଦେଖିବା ପରେ ସଦରଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।






