Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘରୋଇ କଳିରୁ ସ୍ୱାମୀର ଶିଳପୁଆ ମାଡ଼ରେ ସ୍ତ୍ରୀ ମୃତ

by ସଞ୍ଜୟ ସ୍ୱାଇଁ
July 21, 2021
in Crime, State
ଘରୋଇ କଳିରୁ ସ୍ୱାମୀର ଶିଳପୁଆ ମାଡ଼ରେ ସ୍ତ୍ରୀ ମୃତ
77
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ଘରୋଇ କଳିରୁ ହତ୍ୟାକାଣ୍ଡ। ସ୍ଵାମୀର ଶିଳପୁଆ ମାଡ଼ରେ ସ୍ତ୍ରୀ ମୃତ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଶୁଶୁଆ ପଞ୍ଚାୟତ ଇଶ୍ୱରପୁର ଗାଁରେ ଘଟିଛି ଏଭଳି ନୃଶଂସ ହତ୍ୟାକାଣ୍ଡ। ମୃତକ ଜଣଙ୍କ ହେଲେ ବୀଣାପାଣି ଦାସ। ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ। ଇଶ୍ୱରପୁର ଗାଁର ଅଭିରାମ ଦାସଙ୍କ ପୁଅ ଅରୁଣ ଦାସ ଓ ତାଙ୍କ ପତ୍ନୀ ବୀଣାପାଣି ଦାସଙ୍କ ମଧ୍ୟରେ ବହୁ ସମୟରେ ଝଗଡ଼ା ଲାଗି ରହୁଥିଲା । ପାରିବାରିକ ସମସ୍ୟା ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା । ଏମିତିକି ଚଳିତ ମାସ ୧୩ ତାରିଖ ଦିନ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଯାହାକୁ ନେଇ ମଙ୍ଗଳପୁର ଥାନା ପୋଲିସ ଅରୁଣଙ୍କୁ ଥାନାରେ ଅଟକ ରଖିଥିଲା । ତେବେ ଅରୁଣ ଥାନାରେ ଲିଖିତ ଭାବେ ସ୍ୱୀକାରୋକ୍ତି ପତ୍ର ଦେବା ପରେ ପୋଲିସ ଛାଡିଥିଲା । ହେଲେ ମଙ୍ଗଳବାର ବିଳମ୍ବିତ ରାତିରେ ପୁଣି ଥରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଏହି ସମୟରେ ଅରୁଣ ଉତ୍ତ୍ୟକ୍ତ ହୋଇ ଘରେ ଥିବା ଶିଳପୁଆରେ ପତ୍ନୀ ବୀଣାପାଣିରୁ ମୁଣ୍ଡକୁ ଛେଚି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବୀଣାପାଣିଙ୍କ ମୃତ୍ୟୁ ହୋଇଛି । ତେବେ ବୀଣାପାଣିଙ୍କ ମୃତ୍ୟୁ ହୋଇଯିବା ଜାଣି ଅରୁଣ ଦୀର୍ଘ ସମୟ ପର୍ୟ୍ୟନ୍ତ ଘର ଭିତରେ କବାଟ ବନ୍ଦ କରିଥିଲେ । ପଡୋଶୀ ଘଟଣା ସଂପର୍କରେ ସୂଚନା ପାଇ ମଙ୍ଗଳପୁର ଥାନାକୁ ଜଣାଇଥିଲେ । ମଙ୍ଗଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ଅରୁଣ ଦାସଙ୍କୁ କାବୁ କରିଥିଲେ । ଏହାପରେ ଥାନା ଆଣି ପଚରାଉଚରା ଜାରି ରଖିଛନ୍ତି । ସେପଟେ ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!