ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ନୃଶଂସ ପୁଅକୁ ମିଳିଲା ମୃତ୍ୟୁ ଦଣ୍ଡ । ମାଆକୁ ନୃଶଂସ ଭାବେ ହତ୍ୟା କରି ମାଆର ହୃତପିଣ୍ଡକୁ ଚଟଣି କରି ଖାଇଥିଲା ପୁଅ । ଯାହାଫଳରେ ଆଜି କୋର୍ଟ ଏହାର ରାୟ ଶୁଣାଇ ନୃଶଂସ ପୁଅକୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ଜଣାପଡିଛି । କୋଲହାପୁର ସ୍ଥିତ କୋର୍ଟରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ତେବେ ଏହି ନିଷ୍ପତ୍ତିକୁ ବର୍ତ୍ତମାନ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ । ଅତିରିକ୍ତ ସେସନ୍ସ ଜଜ୍ ମହେଶ କୃଷ୍ଣଜୀ ଯାଦବ ୩୫ ବର୍ଷିୟ ସୁନୀଲ ରାମକୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ସୂଚନାନୁସାରେ, କୋଲହାପୁରର ସୁନୀଲ ତାଙ୍କ ୬୩ ବର୍ଷୀୟ ମାଆ ୟଲମା ରାମାଙ୍କୁ ମଦ ପାଇଁ ଟଙ୍କା ନ ଦେବାରୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା । ୨୮ ଅଗଷ୍ଟ ୨୦୧୭ରେ ଘଟିଥିଲା ଏଭଳି ବିଭତ୍ସ ଘଟଣା । ଯାହା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା । ହତ୍ୟା ପରେ ସୁନୀଲ ମାଆର ଶରୀରକୁ ଖଣ୍ଡ ଖଣ୍ଡ କରି ଖାଇଥିଲା । ଏତିକିରେ ତାର ହୃଦୟକୁ ମିଳିନଥିଲା ଶାନ୍ତି । ପରେ ମାଆର ହୃତପିଣ୍ଡ କୁ କାଢି ତାକୁ ଚଟଣି କରି ଖାଇଥିଲା । ପୁଲିସ୍ କହିଛି ଯେ ସୁନୀଲ ତାଙ୍କ ମଆଙ୍କ ଶରୀରକୁ ଅନେକ ଖଣ୍ଡ ଖଣ୍ଡ କରି କାଟି ତାଙ୍କ ଅନ୍ତନଳୀ ଏବଂ ହୃତପିଣ୍ଡକୁ ବାହାର କରିଥିଲା। ପରେ ହୃତପିଣ୍ଡକୁ ଗ୍ରାଇଣ୍ଡି କରି ଚଟନୀରେ ମିଶାଇ ଖାଇଥିଲା । ସୁନୀଲଙ୍କ ଘରୁ ବାହାରିବା ପରେ ପଡୋଶୀମାନେ ତାଙ୍କ ହାତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିଥିଲେ । ଏହାକୁ ଲୋକମାନେ ଦେଖି ସନ୍ଦେହ କରିଥିଲେ । ପୁଲିସକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଯୁବକଙ୍କୁ ଗିରଫ କରିଥିଲା ।





