କଟକ, (ବାଘୁଆବାର୍ତ୍ତା): ପରକୀୟା ପ୍ରିତୀରୁ ଜଘନ୍ୟ ହତ୍ୟାକାଣ୍ଡ। ସ୍ତ୍ରୀ ଓ ତାର ପ୍ରେମିକାକୁ ହାଣିଲେ ସ୍ଵାମୀ ଓ ଭିଣୋଇ। ଫଳରେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଭାବେ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସଟଡାଉନ ରାତିରେ କଟକ କଲେଜ ଛକରେ ଏଭଳି ହତ୍ୟାକାଣ୍ଡ ଘଟିଛି। ଘଟଣାସ୍ଥଳରେ କଟକ ଡିସିପି ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି। କଟକ କଲେଜ ଛକରେ ଶ୍ରମିକ ଭାବେ କାର୍ୟ୍ୟ କରୁଥିବା ସନାତନ ଦାସ ସିଡିଏ ଅଞ୍ଚଳର ମାଳତୀ ବିଶ୍ଵାଳ ନାମକ ଜଣେ ମହିଳାଙ୍କୁ ପ୍ରେମ କରୁଥିଲେ। ଏହାପରେ ମାଳତୀ ତାଙ୍କ ସ୍ଵାମୀଙ୍କୁ ଛାଡ଼ି ସନାତନଙ୍କ ପାଖରେ ରହୁଥିଲେ। ବିଳମ୍ବିତ ରାତିରେ ମାଳତୀଙ୍କ ସ୍ୱାମୀ ରାକେଶ ଓରଫ କାଳିଆ ତାଙ୍କ ଭିଣୋଇ ସନାତନଙ୍କୁ ଛୁରୀ ଭୁସି ହତ୍ୟା କରିବା ସହ ମାଳତୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସନାତନଙ୍କ ମୃତ୍ୟୁ ହୋଇଥିବା ବେଳେ ମାଳତୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାଳତୀ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି ହୋଇଛନ୍ତି। ପରକୀୟା ପ୍ରୀତିକୁ ନେଇ ମହିଳାଙ୍କ ସ୍ୱାମୀ ଏଭଳି ହତ୍ୟାକାଣ୍ଡ ଘଟାଇ ଥିବା ପୋଲିସ ସନ୍ଦେହ କରୁଛି। ହତ୍ୟାକାଣ୍ଡ ଖବର ପାଇ ଘଟଣାସ୍ଥଳରେ ମାଲଗୋଦାମ ଥାନା ପୋଲିସ, ଡିସିପି ପ୍ରତିକ ସିଂ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି। ହତ୍ୟାକାଣ୍ଡ ସ୍ଥାନରେ ପଡିଥିବା ରକ୍ତ ଛିଟା ସହ ବହୁ ପ୍ରମାଣ ସଂଗ୍ରହ କରିଛି ସାଇଣ୍ଟିଫିକ ଟିମ। ତେବେ ହତ୍ୟାକାଣ୍ଡ ଘଟାଇଥିବା ମାଳତୀଙ୍କ ସ୍ୱାମୀ ଫେରାର ହୋଇଯାଇଛି। କାଳିଆକୁ ଖୁବ ଶୀଘ୍ର ଧରାଯିବ ବୋଲି କଟକ ଡିସିପି ପ୍ରତିକ ସିଂ କହିଛନ୍ତି। ସେପଟେ ମାଳତୀ ବିଶ୍ୱାଳଙ୍କ ପେଟରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଏସସିବି ମେଡିକାଲର ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଛି






