Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଜୁ ଜଙ୍ଗଲ ଦୁଷ୍ମର୍ମ ପରେ ଦଉଡ଼ିରେ ଚିପି ହତ୍ୟା

by ସଞ୍ଜୟ ସ୍ୱାଇଁ
June 17, 2021
in Crime, Nayagarh
କାଜୁ ଜଙ୍ଗଲ ଦୁଷ୍ମର୍ମ ପରେ ଦଉଡ଼ିରେ ଚିପି ହତ୍ୟା
1.3k
VIEWS
Share on FacebookShare on Twitter

ଖୋଲିଲା ନାବାଳିକା ହତ୍ୟା ରହସ୍ୟ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣିଗୋଚ୍ଛା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗ୍ରାମରୁ ଗତ ଶନିବାର ନିଖୋଜ ଶିଶୁ କନ୍ୟାର ଗତକାଲି ଖଣ୍ଡ ବିଖଣ୍ଡିର ଗଳିର ମୃତଦେହ ଉଦ୍ଧାର କରାଯାଇଛି । ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ବୋଲି ସୂଚନା ମିଳିଛି । ପୁଲିସ ଉକ୍ତ ଗ୍ରାମର ରବି ଦଳେଇଙ୍କ ପୁଅ ସାଗର ଦଳେଇ(୨୧)କୁ ଗିରଫ କରିଛି । ସୂଚନାନୁସାରେ, ଉକ୍ତ ଗ୍ରାମର କୁନା ନାୟକଙ୍କ ଝିଅ ବେବି ନାୟକ(୬)ଗତ ଶନିବାର ଗାଁ ଦାଣ୍ଡରେ ଅନ୍ୟ ଦୁଇ ଜଣ ଶିଶୁଙ୍କ ସହ ଖେଳୁଥିଲେ । ହଠାତ୍ କିଛି ସମୟ ପରେ ବେବି କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ । ବେବିଙ୍କ ମାଆ ତାଙ୍କ ନପାଇ ଝିଅ କାହା ପାଖରେ ବସି ମୋବାଇଲ ଦେଖୁଥିବା ବୋଲି ଭାବି ନେଲେ । ବିଭିନ୍ନ ସମୟରେ ବେବି ସାହିର ବିଭିନ୍ନ ଲୋକଙ୍କ ପାଖରେ ବସି ମୋବାଇଲ ଭିଡିଓ ଦେଖୁଥିବା ପରିବାର ସୁତ୍ରରୁ ଜଣାଯାଇଛି । ଏଣୁ ମାଆ ଅନ୍ୟ କୈାଣସି କଥା ମନକୁ ନନେଇ ଘର କାମରେ ବ୍ୟସ୍ତ ରହିଲେ । ଅପରାହ୍ନ ୨ଟା ୩୦ ସୁଦ୍ଧା ଝିଅ ନଫେରିବାରୁ ସନ୍ଦେହ ବଢ଼ିଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଝିଅକୁ ନପାଇବାରୁ ୧୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ବାଣିଗୋଚ୍ଛା ପୁଲିସ ୨୯/୨୧ରେ ଏକ ମାମଲା ରୁଜୁ କରିଥିଲା । ନୟାଗଡ଼ ଏସ୍ପି ସିଦ୍ଧାର୍ଥ କାଟରିଆ ଏହାକୁ ଗୁରୁତର ସହ ନେଇଥିଲେ । ସେ ତାଙ୍କର ସ୍ପେଶାଲ ଟିମକୁ ଘଟଣାର ଅନୁସନ୍ଧାନ କରିବା କାର୍ଯ୍ୟରେ ଲଗାଇଥିଲେ । ୨୦ରୁ ଉଦ୍ଧ୍ୱର୍ ପୁଲିସ କର୍ମଚାରୀ ଗ୍ରାମରେ ପହଞ୍ଚି ତନାଘନା କରିଥିଲେ । ପ୍ରାଥମିକ ତଦନ୍ତ ବେଳେ ଗାଁରେ ଅଳ୍ପ ସଂଖ୍ୟକ ପରିବାର ଏବଂ ସମସ୍ତେ ଆଦିବାସୀ ଥିବାରୁ ଝିଅକୁ କେହି ଲୁଚାଇ ରଖିନଥିବା ସ୍ପଷ୍ଟ ହୋଇଥିଲା । ପରେ ବନ୍ୟଜନ୍ତୁ ନେଇ ଯାଇଥିବା ଦିଗରେ ତଦନ୍ତ କରାଯାଇଥିଲା । ମାତ୍ର ସେ ନେଇ କୈାଣସି ସୂଚନା ମିଳିନଥିଲା । ପରେ ପରିବାର କହିବାନୁସାରେ, ଝିଅ ମୋବାଇଲ ଦେଖୁଥିବା ବ୍ୟକ୍ତିଙ୍କ ଉପରେ ସନ୍ଦେହ କରିଥିଲା । ଜଣଙ୍କ ପରେ ଜଣଙ୍କୁ ପଚାରଉଚରା କରାଯିବା ପରେ ସାଗର କଥାରେ ତାଳମେଳ ରହୁନଥିଲା । ଏଣୁ ସାଗରକୁ ବାଟକୁ ଆଣିବା ପାଇଁ ଗାଁରୁ ଅନ୍ୟ ଦୁଇ ଚାରି ଜଣ ଯୁବକଙ୍କ ସହ ସାଗରକୁ ନେଇ ପୁଲିସ ଖୋଜାଖୋଜି କାର୍ଯ୍ୟରେ ଲଗାଇଥିଲା । ଖୋଜାଖୋଜି ସମୟରେ ସାଗର ଉପରେ ଥିବା ସନ୍ଦେହ ଦୃଢ଼ିଭୂତ ହୋଇଥିଲା । ତାକୁ ପୁଲିସ ହେପାଜତକୁ ନେଇ ପଚରାଉଚରା କରିବା ପରେ ସେ ନାବାଳିକାକୁ ହତ୍ୟା କରିଥିବା ମାନି ଥିଲା । ଏକ ଦଉଡ଼ିରେ ଅଭିଯୁକ୍ତ ନାବାଳିକା ବେକକୁ ଚିପି ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲା । ମାତ୍ର ଦୁଷ୍କର୍ମ ଘଟଣାକୁ ଅଶ୍ୱୀକାର କରିଥିଲା । ନୟାଗଡ଼ ଏସପି ସିଦ୍ଧାର୍ଥ କାଟରିଆ, ଏସଡିପିଓ ଶୁଭେନ୍ଦୁ ସିହ୍ନା, ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡ ଗାଁରେ ପହଞ୍ଚି ଏକ ଜଙ୍ଗଲିଆ ସ୍ଥାନରୁ ଶବ ଉଦ୍ଧାର କରିଥିଲେ । ଶବ ଉଦ୍ଧାର ବେଳକୁ ତାହା ପଚି ସାରିଥିବାରୁ ମୁଣ୍ଡଟି ଗଣ୍ଡିରୁ ଅଲଗା ହୋଇ ସାରିଥିବା ଦେଖାଯାଇଥିଲା । ନାବାଳିକାର ଶବ ପଞ୍ଚନାମା କରିବା ସମୟରେ ଏହ ଏକ ଦୁଷ୍କର୍ମ ଘଟଣା ବୋଲି ସ୍ପଷ୍ଟ ହୋଇଥିଲା । ଯୈ÷ାନାଙ୍ଗରେ ଗଭୀର କ୍ଷତ ଚିହ୍ନ ଥିବାରୁ ପୁଲିସ ପୁଣିଥରେ ଅଭିଯୁକ୍ତକୁ ପଚରାଉଚରା କରିବା ପରେ ସେ ଦୁଷ୍କର୍ମ କରିଥିବା ମାନିଥିବା ପୁଲିସ ସୁତ୍ରରୁ ଜଣାଯାଇଛି । ନାବାଳିକାକୁ ସେ ମୋବାଇଲ ଦେଖାଇବା ବାହାନାରେ ଗାଁ ନିକଟବର୍ତ୍ତୀ ଏକ କାଜୁ ଜଙ୍ଗଲକୁ ଡାକି ନେଇ ଦୁଷ୍କର୍ମ କରିଥିଲା । ପରେ ନାବାଳିକା ଅଚେତ ହୋଇପଡ଼ିବାରୁ ସେ ତାକୁ ହତ୍ୟା କରି ଥିବା ପୁଲିସ ନିକଟରେ ସ୍ୱୀକାର କରିଥିବା ସୂଚନା ମିଳିଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!