Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୯,୫୦୦ଟଙ୍କା ପାଇଁ ରୋଗୀଙ୍କ ଗଳା କାଟି ହତ୍ୟା କଲେ ଡାକ୍ତରଖାନା କର୍ମଚାରୀ

by ସଞ୍ଜୟ ସ୍ୱାଇଁ
June 16, 2021
in Nayagarh
୯,୫୦୦ଟଙ୍କା ପାଇଁ ରୋଗୀଙ୍କ ଗଳା କାଟି ହତ୍ୟା କଲେ ଡାକ୍ତରଖାନା କର୍ମଚାରୀ
230
VIEWS
Share on FacebookShare on Twitter

ଚେନ୍ନାଇ,(ବାଘୁଆବାର୍ତ୍ତା): ଟଙ୍କା ପାଇଁ ରାକ୍ଷସ ପାଲଟିଲା ମଣିଷ | ଯେଉଁଠି ଲୋକଙ୍କୁ ନୂଆ ଜୀବନ ମିଳେ ବୋଲି କୁହାଯାଏ, ସେଠାରେ ଗୋଟେ ଜୀବନ ଦୀପକୁ ଲିଭାଇ ଦିଆଯିବ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ମାତ୍ର କେଇ ଟଙ୍କା ପାଇଁ ଜଣେ ଡାକ୍ତରଖାନା କର୍ମଚାରୀ ରୋଗୀଙ୍କ ଗଳା କାଟି ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି | ମିଳିଥିବା ସୂଚନା ମୁତାବକ, ମେ ୨୩ରେ ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରୁ ସୁମିତା (୪୧) ନିଖୋଜ ହୋଇଯାଇଥିଲେ। ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ତାଙ୍କ ସ୍ୱାମୀ ମୌଲି ମେ ୩୧ରେ ପୁଲିସରେ ଅଭିଯୋଗ କରିଥିଲେ। କିଛି ଦିନ ପରେ ଡାକ୍ତରଖାନା କର୍ମଚାରୀମାନେ ସରକାରୀ ଡାକ୍ତରଖାନା କମ୍ପ୍ଲେକ୍ସର ଟାୱାର ୩ର ଅଷ୍ଟମ ମହଲାରେ ଏକ ମୃତଦେହ ପାଇଥିଲେ। ମୃତଦେହକୁ ଶବଗୃହକୁ ସ୍ଥାନାନ୍ତର କରିବା ପରେ ପୁଲିସ ମୌଲିଙ୍କୁ ମୃତଦେହଟି ତାଙ୍କ ପତ୍ନୀଙ୍କର କି ନାହିଁ ଚିହ୍ନଟ କରିବାକୁ ଡାକିଥିଲେ | ମୃତଦେହରେ ଥିବା ପୋଷାକକୁ ଦେଖି ମୃତଦେହଟି ତାଙ୍କ ପତ୍ନୀଙ୍କର ବୋଲି ମୌଲି ଚିହ୍ନଟ କରିଥିଲେ |ତ ଦନ୍ତ ହେବା ପରେ ହତ୍ୟାକାରୀ ଡାକ୍ତରଖାନାର ଚୁକ୍ତିଭିତ୍ତିକ କର୍ମଚାରୀ ରାଧାଦେବୀ ବୋଲି ଜଣାପଡିଥିଲା | ସୁମିତାଙ୍କ ପାଖରେ ୯,୫୦୦ଟଙ୍କା ଥିବା ଜାଣି ଚୋରି କରିବା ପାଇଁ ସେ ସୁମିତାଙ୍କୁ ହତ୍ୟା କରିଥିଲେ | ସ୍କାନ ହେବାର ଅଛି ବୋଲି କହି ହ୍ୱିଲ ଚେୟାରରେ ରାଧାଦେବୀ ସୁମିତାଙ୍କୁ ସର୍ଭିସ ଲିଫ୍ଟ ବ୍ୟବହାର କରି ୮ମ ମହଲାକୁ ନେଇଥିଲେ | ସେଠାରେ ଲିଫ୍ଟରୁ ବାହାରିବା ପୂର୍ବରୁ ସେ ସୁମିତାଙ୍କ ଗଳା କାଟି ହତ୍ୟା କରିଥିଲେ | ହତ୍ୟା କରି ପରେ ସୁମିତାଙ୍କ କେବିନକୁ ଆସି ୯,୫୦୦ଟଙ୍କା ଏବଂ ଫୋନ ନେଇ ଫେରାର ହୋଯାଇଥିଲେ ରାଧାଦେବୀ | ପ୍ରକୃତ ଘଟଣା ଜଣାପଡିବା ପରେ ଏବେ ରାଧାଦେବୀଙ୍କୁ ଗିରଫ କରିଛି ପୁଲିସ |

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!