ଭୁବନେଶ୍ୱର (ବାଘୁଆବାର୍ତ୍ତା): ସଉତୁଣୀକୁ ଜୀବନରୁ ମାରିବାକୁ ଉଦ୍ୟମ କରି ଫେଲ ମାରିଲା ସଉତୁଣୀ । ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣାରେ ଘଟିଛି ଏମିତି ଅଭାବନୀୟ ଘଟଣା । ଭୁବନେଶ୍ୱର ଏମ୍ସ ହସ୍ପିଟାଲ ନିକଟରେ ଥିବା ଶ୍ରାବଣୀ ଆପାର୍ଟମେଣ୍ଟରେ ରୁହନ୍ତି ସୁଶାନ୍ତ କୁମାର ପାତ୍ର ଓ ତାଙ୍କର ପରିବାର । ଗୁରୁବାର ରାତିରେ ସୁଶାନ୍ତଙ୍କ ପ୍ରଥମ ପତ୍ନୀ ଲୋପାମୁଦ୍ରା ବିଶ୍ୱାଳ ତାଙ୍କର ଦ୍ୱିତୀୟ ପତ୍ନୀକୁ ଟଙ୍କା ଆଣିବା ବାହାନା ଦେଖାଇ ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣା ନେଇ ଆସିଥିଲେ । ସେଠାରେ ଥିବା ଜଙ୍ଗଲରେ ସଂପୃକ୍ତ ମହିଳାଙ୍କୁ ଲୋପାମୁଦ୍ରା ଓ ଅଟୋ ଡ୍ରାଇଭର ଜୀବନରୁ ମାରିବାକୁ ଉଦ୍ୟମ କରିଥିଲେ । ହେଲେ ଘଟଣାସ୍ଥଳରେ କିଛି ସ୍ଥାନୀୟ ଯୁବକ ପହଁଚିବା ପରେ ସେମାନେ ତାଙ୍କୁ ଛାଡି ପଳାଇ ଯାଇଥିଲେ । ଉକ୍ତ ମହିଳାଙ୍କୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିଲେ ସ୍ଥାନୀୟ ଯୁବକ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।






