କୋରାପୁଟ (ବାଘୁଆବାର୍ତ୍ତା): କରୋନା କାଳରେ ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ ଓ ୭ ବର୍ଷର ପୁଅକୁ ହତ୍ୟା କଲା ନୃଶଂସ ସ୍ୱାମୀ । ଗାଁ ଲୋକ ପହଞ୍ଚି ଯିବାରୁ ଜୀବନ ରକ୍ଷା ପାଇଲା ୩ ବର୍ଷର କୁନି ଝିଅ । ଗ୍ରାମବାସୀ ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲିକୁ ଧରି ପୋଲିସ ଦେଇଛନ୍ତି । କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅନ୍ତର୍ଗତ ହରଡାପଗୁଡା ଗାଁରେ ଘଟିଛି ଏପରି ଲୋମଟାଙ୍କୁରା ହତ୍ୟାକାଣ୍ଡ । ପାରିବାରିକ ଝଗଡା ଆଜି ସକାଳେ ଅତି ବଢ଼ିବା ପରେ ଏପରି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ହତ୍ୟାକାରୀ ସ୍ୱାମୀକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।






