ନୟାଗଡ଼, (ବାଘୁଆବାର୍ତ୍ତା) : କରୋନା ଭୟାବହତାକୁ ଦୃଷ୍ଟିରେ ରଖି ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଆଜି ଏକ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କରିଛନ୍ତି । ସାଧାରଣ ଲୋକଙ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ପୈାର କାର୍ଯ୍ୟାଳୟ ବାରଣ କରାଯାଇଥିବା ବେଳେ କର୍ମଚାରୀ ସଂଖ୍ୟାକୁ ଦୈନିକ ୫୦ ପ୍ରତିଶତକୁ ହ୍ରାସ କରାଯାଇଥିବା ନେଇ ସୂଚନା ଦେଇଛନ୍ତି । ଏଥିସହିତ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅନୁମତି କ୍ରମେ ରୋଷ୍ଟର ଡ୍ୟୁଟି ଲାଗୁ କରାଯାଇଥିବା ଜଣାଯାଇଛି ।





