ଆଠଗଡ, (ବାଘୁଆବାର୍ତ୍ତା): ଆଜିର ସମାଜରେ ମଣିଷ ରକ୍ତ ସମ୍ପର୍କକୁ ଭୁଲି ଯାଉଛି । କିନ୍ତୁ ଏହାର ବ୍ୟତିକର୍ମ ଦେଖିବକୁ ମିଳିଛି ଆଠଗଡରେ । ଏଠି ମଣିଷ ନୁହେଁ ହାତୀକୁ ଦିଆଜାଇଛି ଶ୍ରଦ୍ଧାଞ୍ଜଳୀ । ଗତ ୨୪ ତାରିଖରେ ମୁଣ୍ଡଳୀ ଠାରେ ମହାନଦୀରେ ପଂସି ରହିଥିବା ଦନ୍ତା ହାତୀ, ଓ ତା ପରର ଦୃଶ୍ୟ ଯାହା ସାରା ଓଡ଼ିଶା ପାଇଁ ଆଣିଥିଲା ଦୁଃଖଦ ଖବର । ହାତୀ ତ ଉଦ୍ଧାର ହୋଇପରିଲାନି କିନ୍ତୁ ଦୁଇଟି ଜୀବନ ଚାଲିଗଲା । ଜଣେ ସାମ୍ବାଦିକ ଏବଂ ଜଣେ ଓଡ୍ରାଫ ଯବାନ ଆରପାରିକୁ ଚାଲିଗଲେ । ପରେ ଦୀର୍ଘ ସମୟ ଜୀବନ ମୃତ୍ୟୁ ସହ ସଂଗ୍ରାମ ପରେ ବନବିଭାଗ ବାଣ ଫୁଟାଇ ହାତୀକୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ ବି ଫେଲ୍ ମାରିଥିଲା । ତେବେ ଆଠଗଡରେ ପିପୁଲ୍ସ ଫର୍ ଆନିମଲ(ଭୁବନେଶ୍ୱର) ର ସଦସ୍ୟ ମାନେ ହାତରେ ଦୀପ ଧରି ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ହାତୀ ମଣିଷ ବିଷୟରେ ବାର୍ତ୍ତା ଦେଇଥିଲେ, ଏବଂ ଶୋକ ମଧ୍ୟ ଜଣାଇଥିଲେ ।






