Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଶା- ଆନ୍ଧ୍ର ସମ୍ପର୍କ ସୁଧାରିବାକୁ ମୁକ୍ତିକାନ୍ତଙ୍କ ୮୦୦ କି.ମି. ପଦଯାତ୍ରା

by ସଞ୍ଜୟ ସ୍ୱାଇଁ
October 2, 2021
in State
ଓଡ଼ିଶା- ଆନ୍ଧ୍ର ସମ୍ପର୍କ ସୁଧାରିବାକୁ ମୁକ୍ତିକାନ୍ତଙ୍କ ୮୦୦ କି.ମି. ପଦଯାତ୍ରା
23
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଲାଗି ରହିଛି ସୀମା ବିବାଦ । ଆନ୍ଧ୍ର କେତେବେଳେ ଜବରଦସ୍ତି ଓଡ଼ିଶା ସୀମାକୁ ପଶି ଆସୁଛି ତ କେତେବେଳେ ନିର୍ବାଚନ ବି କରାଇ ଦେଉଛି। ଉଭୟ ରାଜ୍ୟ ବିବାଦ ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଅଛି। ଏନେଇ ଏହାର କୌଣସି ସମାଧାନ ହୋଇ ପାରି ନ ଥିବା ବେଳେ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି ଉଭୟ ସୀମା ବାସିନ୍ଦା । ତେଣୁ ଉଭୟ ରାଜ୍ୟବାସୀଙ୍କ ମଧ୍ୟରେ ଭଲ ପାଇବା ସ୍ଥାପନ କରିବାକୁ ଭୁବନେଶ୍ୱରରୁ ଆନ୍ଧ୍ରର ଅମରାବତୀ ପର୍ୟ୍ୟନ୍ତ ପଦଯାତ୍ରା ଆରମ୍ଭ କରିଛନ୍ତି ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ । ଗାନ୍ଧି ଜୟନ୍ତୀ ଅବସରରେ ମୁକ୍ତିକାନ୍ତ ଦୀର୍ଘ ୮୦୦ କିଲୋମିଟରର ପଦଯାତ୍ରା ଆରମ୍ଭ କରିଛନ୍ତି । ପୂର୍ବରୁ ରାଉରକେଲାରୁ ଦିଲ୍ଲୀ ଯାତ୍ରା କରିଥିବା ମୁକ୍ତିକାନ୍ତ ଏଥର ନୂଆ ବାର୍ତ୍ତା ନେଇ ଅମରାବତୀ ଚାଲିବା ଆରମ୍ଭ କରିଛନ୍ତି । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ସୀମା ବିବାଦର ସ୍ଥାୟୀ ସମାଧାନର ବାର୍ତ୍ତା ନେଇ ମୁକ୍ତିକାନ୍ତ ଯାତ୍ରା ଆରମ୍ଭ କରିଛନ୍ତି । ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପାଖରୁ ସେ ଚାଲିବା ଆରମ୍ଭ କରିଛନ୍ତି । ଦୀର୍ଘ ୮୦୦ କିଲୋମିଟର ଚାଲି ଅମରାବତୀରେ ଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପାଖରେ ନିଜ ଯାତ୍ରା ଶେଷ କରିବେ ମୁକ୍ତିକାନ୍ତ । ଏନେଇ ମୁକ୍ତିକାନ୍ତ କହିଛନ୍ତି, ଏହି ପଦଯାତ୍ରା ଦ୍ୱାରା ୨ ରାଜ୍ୟ ଭିତରେ ଶାନ୍ତି ସ୍ଥାପନ ହେବ । ସୀମାରେ ରହୁଥିବା ଲୋକ ଯେପରି ଭୟର ବାତାବରଣ ଭିତରେ ବଞ୍ଚୁଛନ୍ତି, ତାହାକୁ ଦୂର କରିବାକୁ ପଦଯାତ୍ରା ଆରମ୍ଭ କରିଛି। ପରସ୍ପର ମଧ୍ୟରେ ଭଲ ପାଇବା ସ୍ଥାପନ କରିବା ମୋ’ ପଦଯାତ୍ରାର ଲକ୍ଷ୍ୟ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!