Wednesday, October 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ପୌର ପରିଷଦ:ମୁକ୍ତା ବିଲ୍ ଫଲସ୍ କରି ବନ୍ଧା ହେବେ ଗୁରୁଚରଣ

by ସଞ୍ଜୟ ସ୍ୱାଇଁ
September 4, 2022
in Breaking, Nayagarh
ନୟାଗଡ଼ ପୌର ପରିଷଦ:ମୁକ୍ତା ବିଲ୍ ଫଲସ୍ କରି ବନ୍ଧା ହେବେ ଗୁରୁଚରଣ
979
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଫଲସ୍ ବିଲ୍ । ଫଲସ୍ ବିଲ୍ କରିଥିବା ଇମ୍ପ୍ଲିମେଣ୍ଟେସନ ଏକ୍ସପର୍ଟଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଯଥାଶୀଘ୍ର ଇମ୍ପ୍ଲିମେଣ୍ଟେସନ ଏକ୍ସପର୍ଟ ଗୁରୁଚରଣ ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ଯଥାଶୀଘ୍ର ବନ୍ଧା ହେବେ ବୋଲି ଜଣାପଡିଛି । ସୂଚନାନୁସାରେ, ଭାରତରେ ସର୍ବ ପ୍ରଥମ ଏବଂ ସହରାଞ୍ଚଳରେ ରହୁଥିବା ଦୁର୍ବଳ ସହରାଞ୍ଚଳ ଶ୍ରମିକ ତଥା ପ୍ରବାସୀ ଶ୍ରମିକଙ୍କ ପାଇଁ ଜୀବିକା ସୁଯୋଗ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୦ ମସିହାରେ ‘ମୁକ୍ତା ଯୋଜନାର ଶୁଭାରମ୍ଭ କରା ଯାଇଥିଲା। ଯେଉଁ ଉଦ୍ଦେଶ୍ୟରେ ‘ମୁକ୍ତା’ଯୋଜନାର କାର୍ଯ୍ୟକାରିତା ହୋଇଥିଲା ସେଥିରେ ଦୁର୍ନୀତିର ଗ୍ରାସ କରିଛି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ମୁକ୍ତା’ ଯୋଜନାର କାର୍ଯ୍ୟକାରିତାରେ ସାମାନ୍ୟତମ ଦୁର୍ନୀତି ବିରୁଦ୍ଧରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଅନୁପାଳନ କରିଯିବ ବୋଲି ବିଭାଗର ସମସ୍ତ କର୍ମଚାରୀଙ୍କୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଛି । ନିକଟରେ ନୟାଗଡ ନୟାଗଡ଼ ପୌର ପରିଷଦ କିଛି ଅଞ୍ଚଳରେ ମୁକ୍ତା ଯୋଜନାର କାର୍ଯ୍ୟକାରିତା ସନ୍ଦେହ ଘେରକୁ ଆସିବା ପରେ ଇମ୍ପ୍ଲିମେଣ୍ଟେସନ୍ ଏକ୍ସପର୍ଟ ଗୁରୁଚରଣ ବେହେରାଙ୍କ ବିରୁଦ୍ଧରେ ଦୃଢ ଆଇନଗତ ପଦକ୍ଷେପ ନିଆଯାଇଛି । ପୌରପାଳିକାର ୭ ନମ୍ବର ୱାର୍ଡ଼ ସ୍ଥିତ ତାରକେଇ ମନ୍ଦିର ତଥା ଅଙ୍ଗନୱାଡ଼ି କେନ୍ଦ୍ରରେ ଛାତ ଉପର ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ନକରାଯାଇ, ଜାଲ୍ ବିଲ୍ ପଇଠ କରି ଏଠି ପାଇଁ ଆସିଥିବା ଅର୍ଥ ହଡପ୍ କରାଯିବାର ଅଭିଯୋଗ ମିଳିବା ପରେ କ୍ଷେତ୍ର ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ନକରାଯାଇ, ଇମ୍ପ୍ଲିମେଣ୍ଟେସନ୍ ଏକ୍ସପର୍ଟ ଗୁରୁଚରଣ ବେହେରାଙ୍କ ଦ୍ଵାରା ଫଟୋସପ୍ ଜରିଆରେ ଚଞ୍ଚକତା ଉପାୟରେ ନକଲି ଫଟୋ ତଥା ଜାଲ୍ ବିଲ୍ ପଇଠ କରି ଯୋଜନା ଅର୍ଥ ବାଟମାରଣା କରାଯାଇଥିବା ଜଣା ପଡିବା ପରେ ନୟାଗଡ ପୌରପାଳିକା ପକ୍ଷରୁ ଶ୍ରୀ ବେହେରାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଟାଉନ୍ ଥାନାରେ ଏତାଲା ଦାୟର୍ କରାଯାଇଛି । ସରକାରଙ୍କ ୫ଟି ଯୋଜନା ଅନୁପାଳନରେ ସହରାଞ୍ଚଳରେ ସ୍ୱଚ୍ଛତା ଆଧାରରେ ପ୍ରବର୍ତ୍ତିତ ମୁକ୍ତା ଯୋଜନାର କାର୍ଯ୍ୟକାରିତାକୁ ସରକାର ଅଗ୍ରାଧିକାର ଦେଉଥିବାରୁ ଏ କ୍ଷେତ୍ରରେ କୌଣସି ଖିଲାଫ୍ ବରଦାସ୍ତ କରାଯିବ ନାହିଁ ଓ ଆବଶ୍ୟକ ସ୍ଥଳେ ଦୁର୍ନୀତି ପ୍ରମାଣିତ ହେଲେ ଦୋଷୀ କର୍ମଚାରୀଙ୍କୁ ଅବିଳମ୍ବେ ଚାକିରୀରୁ ବହିଷ୍କାର କରାଯିବ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚେତାବନୀ ଦିଆ ଯାଇଛି। ମୁକ୍ତା ଯୋଜନାର କାର୍ଯ୍ୟକାରିତାରେ କୌଣସି ଅବହେଳା କିମ୍ବା ତ୍ରୁଟି ବିଚ୍ୟୁତିକୁ ତୁରନ୍ତ ବିଭାଗ ନଜରକୁ ଆଣିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯିବା ସହ ଏ ଦିଗରେ ତୀକ୍ଷ୍ଣ ଦୃଷ୍ଟି ରଖିବା ପାଇଁ ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!