Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏମ୍‌ଏସ୍‌ଏମ୍‌ଇ ସଚିବଙ୍କ ହସ୍ତିକା ଉତ୍ପାଦନ କେନ୍ଦ୍ର ପରିଦର୍ଶନ

by ସଞ୍ଜୟ ସ୍ୱାଇଁ
July 25, 2021
in Feature News
ଏମ୍‌ଏସ୍‌ଏମ୍‌ଇ ସଚିବଙ୍କ ହସ୍ତିକା ଉତ୍ପାଦନ କେନ୍ଦ୍ର ପରିଦର୍ଶନ
36
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଗତକାଲି ପିପିଲି ନିକଟରେ ସ୍ଥାପିତ ହସ୍ତିକା ହସ୍ତଶିଳ୍ପ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ଷ୍ଟାର୍ଟଅପ୍‌କୁ ଓଡ଼ିଆ ଯୁବକ ବିଶ୍ୱଜିତ ସ୍ୱାଇଁ ଆରମ୍ଭ କରି ବର୍ତ୍ତମାନ ୨୦ ଜଣ କୁଶଳୀ ଶିଳ୍ପୀଙ୍କ ଜରିଆରେ କଦଳୀ ପଟୁଆ, ସବାଇଘାସ ଓ ମଧୁର କାଠିରେ ବିଭିନ୍ନ ପ୍ରକାରର ସୌଖିନ ସାମଗ୍ରୀ ତିଆରି କରୁଛନ୍ତି, ଯାହାର ଏବେ ଦେଶବିଦେଶରେ ବହୁଳ ଭାବେ ଚାହିଦା ବଢ଼ୁଛି । ନିକଟରେ ଏହି ଷ୍ଟାର୍ଟଅପ୍‌ ଯୁକ୍ତରାଷ୍ଟ୍ର ଆମେରିକା ତା’ର କାରବାର କରିବା ପାଇଁ ହସ୍ତିକା ହ୍ୟାଣ୍ଡିକ୍ରାଫଫସ୍‌ ଏଲ୍‌ଏଲ୍‌ସି କମ୍ପାନୀ ଭାବେ ପଞ୍ଜୀକୃତ କରିଥିବା ଜଣାପଡ଼ିଛି । ସଚିବ ଏଠାରେ ତିଆରି ସାମଗ୍ରୀଗୁଡ଼ିକ ଦେଖି ଖୁସି ବ୍ୟକ୍ତ କରିଥିଲେ । ଆନ୍ତର୍ଜାତିକ ବଜାରରେ ନିଜର ପରିଚୟ ସୃଷ୍ଟି କରୁଥିବା ଏ ଧରଣର ଷ୍ଟାର୍ଟଅପ୍‌ଗୁଡ଼ିକୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ତାଙ୍କ ସହ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଉଦୟ ନାରାୟଣ ଦାସ, ବିଭାଗର ଇଭାନ୍‌ଜେଲିଷ୍ଟ ସୁଶ୍ରୀ ସଂଯୁକ୍ତା ବଢ଼ାଇ ଏହି ହସ୍ତଶିଳ୍ପ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!