ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଏଣିକି ଏମଏସଏମଇରେ ସାମିଲ ହେବେ ରିଟେଲର ଓ ହୋଲସେଲ ବ୍ୟବସାୟୀ । ମହାମାରୀ କରୋନା ଭଳି ବିପତ୍ତି ସମୟରେ ଅଧିକ ପ୍ରଭାବିତ ହୋଇଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ । ଏମାନଙ୍କୁ ଏମଏସଏମଇରେ ସାମିଲ କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଉପକୃତ ହେବେ ସାରା ଦେଶର ୨କୋଟି ୫୦ଲକ୍ଷ ରିଟେଲର ଓ ହୋଲସେଲର ସାମିଲ ହେଲେ ଉପକୃତ ହେବେ । ରିଟେଲର ଓ ହୋଲସେଲର ବ୍ୟବସାୟୀଙ୍କୁ ନୂଆ ଗାଇଡଲାଇନ୍ ଅନୁସାରେ ଏମଏସଏମଇ ପରିସରଭୁକ୍ତ କରାଯିବ । ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଓ ଋଣ ପ୍ରଦାନ କରାଯିବ । ବର୍ତ୍ତମାନ ପରିସ୍ଥିତିରେ ଅର୍ଥନୀତିର ବିକାଶ ଦିଗରେ ରିଟେଲର ଓ ହୋଲସେଲର ମାନଙ୍କ ବଡ଼ ଭୂମିକା ରହିଛି । ତେଣୁ ସେମାନଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ଓଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ସୂଚନା ଦେଇଛନ୍ତି ।





