ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଜି ଠୁ ଆରମ୍ଭ ହେଲା ଏମଏସଏମଇ ବାଣିଜ୍ୟ ମେଳା-୨୦୨୧ । ଉକ୍ତ ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ପ୍ରଦର୍ଶନୀ ପଡ଼ିଆରେ ଏମଏସଏମଇ ମେଳା ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ଚାଲିବ । ଗଢ଼ିବା, ବଢ଼ିବା, ଓ ସମୃଦ୍ଧ ହେବା ଥିମରେ ଚଳିତ ବର୍ଷ ମେଳା ଆରମ୍ଭ ହୋଇଛି । ରାଜ୍ୟର ବାଣିଜ୍ୟ ରପ୍ତାନୀକୁ ସୁଦୃଢ କରିବା ଲକ୍ଷ ନେଇ ଏହି ପ୍ରଦର୍ଶନୀ ମେଳାର ଆୟୋଜନ କରାଯାଇଛି ।