Friday, June 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିପୁର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ନାମେଂଟ:ମା ରାମଚଣ୍ଡୀ ଷ୍ଟ୍ରାଇକର୍ସ ଚମ୍ପିୟାନ

by ସଞ୍ଜୟ ସ୍ୱାଇଁ
May 9, 2022
in Nayagarh, Sports
ମହିପୁର ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ନାମେଂଟ:ମା ରାମଚଣ୍ଡୀ ଷ୍ଟ୍ରାଇକର୍ସ ଚମ୍ପିୟାନ
150
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୂଆଗାଁ ବ୍ଲକ ମହିପୁର ସ୍କୁଲ ପଡିଆରେ ଚାଲିଥିବା ମହିପୁର ପ୍ରିମିୟର ଲିଗ -୨୦୨୨ ରବିବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମା ରାମଚଣ୍ଡୀ ଷ୍ଟ୍ରାଇକର୍ସ ଦଳ ଚମ୍ପିୟାନ ଟ୍ରଫି ହାସଲ କରିଛି । ମହିପୁର ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଂଟ ଫାଇନାଲ ମ୍ୟାଚ ଏସ ଏସ ଜାଗୁଆର ଏବଂ ମା ରାମଚଣ୍ଡୀ ଷ୍ଟ୍ରାଇକର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏସ ଏସ ଜାଗୁଆର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ୧୪.୩ ଓଭରରେ ସମସ୍ତ ଓିକେଟ ହରାଇ ୧୪୦ ରନ ସଂଗ୍ରହ କରିଥିଲା । ଜବାବରେ ମା ରାମଚଣ୍ଡୀ ଷ୍ଟ୍ରାଇକର୍ସ ଦଳ ୧୨.୩ ଓଭରରେ ୬ ଓିକେଟ ହରାଇ ୧୪୧ ରନ ସଂଗ୍ରହ କରି ଚମ୍ପିୟାନ ହାସଲ କରିଥିଲା । ଏହି ମ୍ୟାଚରେ ମାନସ କୁମାର ସ୍ୱାଇଁ ସର୍ବାଧିକ ୪୪ ରନ ଓ ୧୫ ଗୋଟି ବଲ ସଂଗ୍ରହ କରି ମ୍ୟାନ ଅଫ୍ ଦି ମ୍ୟାଚ ପଦକ ଜିତିଥିଲେ । ପ୍ରିମିୟର ଲିଗର ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ ଭାବେ ବିକାଶ କୁମାର ପ୍ରଧାନ ବିବେଚିତ ହୋଇଥିବା ବେଳେ ଶ୍ରେଷ୍ଠ ବୋଲର ଭାବେ ଏସ ଏସ ଜାଗୁଆର ଦଳର ଆଦିତ୍ୟ ବେହେରା , ମ୍ୟାନ ଅଫ୍ ଦି ସିରିଜ ଭାବେ ଅମ୍ବାରିସ ପଟ୍ଟନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ମ୍ୟାଚରେ ନୁଆଗାଁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସମାଜସେବୀ ଶଙ୍କର୍ଷଣ ବେହେରା ମୂଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଧୀରେନ୍ଦ୍ର କୁମାର ସାହୁ, ବ୍ରଜବନ୍ଧୁ ବେହେରା ଯୋଗ ଦେଇଥିଲେ । ଆଜିର ମ୍ୟାଚକୁ ସୁଧାଂଶୁ ଭୂଷଣ ସିଂହସାମନ୍ତ ଓ ସୌମ୍ୟଦର୍ଶୀ ଦାଶ ପରିଚାଳନା କରିଥିଲେ । ଆୟୋଜକ କମିଟର ସଭାପତି ଅମୀୟ କୁମାର ପାତ୍ର, ସଂପାଦକ ସିଦ୍ଧାର୍ଥ ରତ୍ନ, କୋଷାଧ୍ୟକ୍ଷ ଜିତେନ୍ଦ୍ର କୁମାର ନାୟକ, ପ୍ରଦ୍ୟୁମ୍ନ ପାତ୍ର , ଟୁଟୁ ସାହୁ , ପ୍ରମିୟର ଲିଗକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!