ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ ଘଟିଛି । ୭୮ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏମ୍ସରେ ସେ କିଛିଦିନ ହେବ ଚିକିତ୍ସାଧିନ ଥିଲେ । ଅପରାହ୍ନ ୩ଟା ୪୯ ମିନିଟରେ ତାଙ୍କର ପରଲୋକ ଘଟିଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ରଘୁନାଥ ମହାପାତ୍ର ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ସେ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଭାବେ ଜଣାଶୁଣା ବୋଲି ଜଣାଯାଇଛି । ଭାସ୍କର୍ଯ୍ୟ କଳା ପାଇଁ ଆନ୍ତର୍ଯ୍ୟାତୀୟ ସ୍ତରରେ ସୁନାମ ଅର୍ଜ୍ଜନ କରିଥିଲେ । ଦେଶ, ବିଦେଶରେ ଅନେକ ମନ୍ଦିର ଓ କଳାଭାସ୍କର୍ଯ୍ୟ ପାଇଁ ସେ ଜଣାଶୁଣା ।





