ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟସଭା ସାଂସଦ ଅମର ସିଂହଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କ ୬୪ ବର୍ଷ ହୋଇଥିଲା । ୨୦୧୩ ମସିହାରୁ ସେ କିଡୀନ୍ ସମସ୍ୟାରେ ଆକ୍ରାନ୍ତ ହୋଇଥିବା ବେଳେ କିଛିଦିନ ହେବ ସିଂଗାପୁର ଯାଇ ଚିକିତ୍ସିତ ହେଉଥିଲେ । ସମାଜବାଦୀ ପାର୍ଟି ବରିଷ୍ଠ ନେତା ଶ୍ରୀଯୁକ୍ତ ସିଂହଙ୍କ ପରଲୋକରେ ଶୋକର ଛାୟା ଖେଳି ଯାଇଛି ।





