Wednesday, February 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚଳଚଞ୍ଚଳ ରଥଖଳା

by ସଞ୍ଜୟ ସ୍ୱାଇଁ
March 23, 2025
in State
ଚଳଚଞ୍ଚଳ ରଥଖଳା
72
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆସନ୍ତା ୫ ତାରିଖ ଚୈତ୍ର ମାସ ଆଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ରଥଖଳା ଚଳଚଞ୍ଚଳ ହୋଇପଡ଼ିଛି। କାରିଗରମାନେ ନିମଗ୍ନ ହୋଇ ରଥ ନିର୍ମାଣ କାର୍ଯ୍ୟରେ ଲାଗିପଡ଼ିଛନ୍ତି। ରଥଯାତ୍ରାକୁ ଆଉ ମାତ୍ର ୧୪ ଦିନ ବାକି ଥିବାବେଳେ ଆସନ୍ତା ୩ ତାରିଖରେ ରଥ ନିର୍ମାଣ କାର୍ଯ୍ୟ ସରିବା ପାଇଁ ପ୍ରଶାସନ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ ରଥକାମରେ ସମୁଦାୟ ୭୦ଜଣ ରହିଥିବାବେଳେ ଏବେ ୬୫ଜଣ ରଥକାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। କିଛି କାରିଗର କାଠଗଣ୍ଡିରେ ମାପଚୁପ କରୁଥିବାବେଳେ ଆଉ କିଛି କାରିଗର ନିହାଣ ଦ୍ୱାରା ବିନ୍ଧ କରିବାରେ ବ୍ୟସ୍ତ ରହିଛନ୍ତି। ଏଥିସହିତ ଆଉ କିଛି କାରିଗର କଣ୍ଟା ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। ଫଳରେ ଦୁଇଟି ଚକରେ ପହି ଚିତା ବା ଶୁଆଇବା ଭଳି ରଖାଯାଇଛି। ରୁକୁଣା ରଥକୁ ପ୍ରସ୍ତୁତ କରିବା ପାଇଁ ୧୨ ଘର ପାଳିଆ ସେବାୟତ ମହାରଣା ଅଛନ୍ତି। ଏଥିମଧ୍ୟରୁ ପାଳି ଅନୁଯାୟୀ ସେବାୟତମାନେ ମହାରଣା ରଥ କାର୍ଯ୍ୟ ଦାୟିତ୍ୱ ନେଇଥା’ନ୍ତି। ଏଥିରେ ପାଞ୍ଚଜଣ ପାଳିଆ ମହାରଣା ଏବଂ ଜଣେ ମୁଖ୍ୟ ମହାରଣା ଥାଆନ୍ତି। ଏମାନଙ୍କ ମଧ୍ୟରୁ ଜଣେ ପାଳିଆ ସର୍ଦ୍ଦାର ମହାରଣା ରଥ କାଠକୁ କୁରାଢ଼ୀ ଓ ବଟାଳିରେ ଚୋଟ ଦେବା ପରେ ରଥ କାମ ଆରମ୍ଭ ହୋଇଥାଏ। ଏହି ବର୍ଷର ପାଳିଆ ସର୍ଦ୍ଦାର ମହାରଣା ସେବାୟତ ଭାବେ ବାସୁଦେବ ମହାରଣା ରହିଛନ୍ତି। ଏହି ୧୨ଘର ପାଳିଆ ସେବାୟତ ମହାରଣା ବଂଶାନୁକ୍ରମେ ଏହି ରଥକାମ କରିଆସୁଛନ୍ତି। ଏବେ ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରଥକାମ ଚାଲୁଛି। ଏନେଇ ରଥର ମୁଖ୍ୟ ପାଳିଆ ସେବାୟତ ସୋମନାଥ ମହାରଣା କୁହନ୍ତି, ଆଉ କିଛି ଜଣ କାରିଗର ଦିନେ କିମ୍ବା ଦୁଇଦିନ ଭିତରେ ରଥକାମରେ ନିୟୋଜିତ ହେବେ। ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ପାନୀୟ ସେବାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!