Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଠର କାହାଣୀ – ‘ଓଠ’ କୁ ଆକର୍ଷଣୀୟ କରାଇବାର ସହଜ ଉପାୟ

by ସଞ୍ଜୟ ସ୍ୱାଇଁ
June 14, 2021
in Health, State
ଓଠର କାହାଣୀ – ‘ଓଠ’ କୁ ଆକର୍ଷଣୀୟ କରାଇବାର ସହଜ ଉପାୟ
216
VIEWS
Share on FacebookShare on Twitter

ଇଂରାଜୀ ଭାଷାରେ କଥନଟିଏ ଅଛି – “ଫେସ ଇଜ ଦି ଇଣ୍ଡେକ୍ସ ଅଫ ମାଇଣ୍ଡ”, ଅର୍ଥାତ ମୁହଁରେ ପ୍ରତିବିମ୍ବିତ ହୋଇଥାଏ ମାନସିକତା । ଆଉ ଓଠ ହେଉଛି ମୁହଁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସ୍ପର୍ଶକାତର ଅଙ୍ଗ । ମୁହଁରୁ ଯେମିତି ଜାଣିହୁଏ – ମାନସିକତା, ଠିକ ସେମିତି ଓଠରୁ ପଡିହୁଏ ଜଣକର ସ୍ୱଭାବ, ଚରିତ୍ର ଓ ଆଦବକାଇଦା । ଓଠ କେବଳ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରେ ନାହିଁ, ଏହା ବ୍ୟକ୍ତିର ମନୋଭାବ ବ୍ୟକ୍ତି କରିବା ସହିତ ଅନେକ ଅକୁହାକଥା ବି ପ୍ରକାଶ କରିଦିଏ । ସେତିକି ନୁହେଁ ଓଠର ଆକାରକୁ ଦେଖି ଜଣା ପଡିଯାଏ ମଣିଷର ସ୍ୱାଭାବ କେମିତି । ଇଂଲଣ୍ଡର ଲୁଇସବେଲ ୟୁନିଭୂସିଟିର ବୈଜ୍ଞାନିକମାନେ ଓଠ ଉପରେ ଅନେକବର୍ଷ ଧରି ଗବେଷଣା କରିଛନ୍ତି । ସେମାନଙ୍କ ମତରେ, ନରମ ଗୋଲାପୀ ଓଠର କୌଣସି ତୁଳନା ନାହିଁ । ଏଥିରେ ଚେହେରାର ଆକର୍ଷଣ କାହିଁ କେତେଗୁଣ ବଢ଼ିଯାଏ । ଭାବବ୍ୟକ୍ତ କରିବାରେ ଓଠ ସବୁଠାରେ ଭଲ ମାଧ୍ୟମ । ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଦେଖି ସତରେ ଖୁସି ଅନୁଭବ କରୁଛି ସେତେବେଳେ ତା’ଓଠାରେ ଆକାର ବଢ଼ିବା ସହିତ ଓଠ ଅଧିକ ଲାଲ ହୋଇଯାଏ । ଯେତେବେଳେ ଆପଣ ଖୁସି ଥାନ୍ତି ଓଠର ଓସାର ବଢ଼ିଯାଏ ଆଉ ରାଗିଲେ ଏହା ଥରିଉଠେ । ପୁଣି ଯେତେବେଳେ କାହାକୁ ଈର୍ଷା କରନ୍ତି ଓଠ ସଙ୍କୁଚିତ ହୋଇଯାଏ ଓ ଆଶ୍ଚର୍ଯ୍ୟ ହୋଇଗଲେ ଓଠ ଖୋଲିଯାଏ । ଯେତେବେଳେ ସ୍ୱାମୀ ବା ପ୍ରେମିକଙ୍କ ପ୍ରେମରେ ଲାଜେଇ ଯାନ୍ତି, ଓଠ ନରମ ହୋଇଟାଏ । ଏସବୁ ଉପରେ ରହିଲା ହସର ଯାଦୁ, ଯାହା ଅନ୍ୟକୁ ଗୋଟିଏ ମୁହୂର୍ତ୍ତରେ ବଶ କରିଦିଏ । ଠିକ ସେମିତି ଓଠର ପ୍ରକାର ଭେଦରୁ ଜାରିହୁଏ କିଏ କିପରି ପ୍ରକୃତିର । ଯେଉଁ ମହିଳାଙ୍କର ଉପର ଓଠ ଧନୁ ଆକାରର ଆଉ ତଳ ଓଠ ମୋଟା, ସେମାନେ ଖୁବ ସ୍ୱାଭିମାନୀ ହୋଇଥାନ୍ତି । ଯଦି ଓପର ଓଠ ଧନୁ ଆକାରର ହୋଇ ତଳ ଓଠ ଓହଳିବା ପରି ରହିଥାଏ, ତାହାଲେ ଏହାର ଅର୍ଥ ସେ ମହିଳା ଦୟାଳୁ ସ୍ୱଭାବର ହୋଇଥାନ୍ତି । ଯାହାର ଓଠ ମୋଟା ଆଉ ସବୁବେଳେ ଖୋଲି ରହିଥାଏ, ସେମାନେ ଖୁବ କ୍ରୋଧୀ ହୋଇଥାନ୍ତି । ଯାହାର ଓଠ ଓହଳିକି ରହିଥାଏ ସେ ଖୁବ ଆତ୍ମପ୍ରଶଂସକ ହୋଇଥାନ୍ତି । ଯେଉଁ ମହିଳାଙ୍କ ଓଠ ହସିବା ସମୟରେ ଉପରକୁ ଉଠିଯାଏ, ସେମାନେ ଖୁସିବାସିଆ । ତେବେ ଯେଉଁମହିଳାଙ୍କ ଓଠ ଖୁବ ସରୁ ସେମାନେ ଅତ୍ୟଧିକ ଚତୁର । ଯେଉଁମାନେ କଥା କହିବା ସମୟରେ ଓଠ ଦେଢ଼ା କରି କଥା କୁହନ୍ତି ସେମାନଙ୍କ ସ୍ୱଭାବ ଖୁବ ଅଶ୍ଳୀଳ ତଥା ଅଖାଡୁଆ ହୋଇଥାଏ । ସେକ୍ସି ଓଠକୁ ସୌନ୍ଦର୍ଯ୍ୟର ଏକ ମୁଖ୍ୟ ଅଂଶ ଭାବରେ ଧରାଯାଏ । ବହୁତ କିଛି କହିଦିଏ ଏହି ଓଠ । କିନ୍ତୁ ଯଦି ଏହି ଓଠ ଧୀରେ ଧୀରେ ସରୁ ହୋଇଯାଏ ବା ଏଥିରେ କୌଣସି ବିକୃତି ଆସିଯାଏ ତାହାଲେ ତା’ର ଆକର୍ଷଣ କମିଯାଏ । ତେଣୁ ଓଠକୁ ସବୁବେଳେ ଆକର୍ଷଣୀୟ ରତ୍କବାକୁ ହେଲେ ଏହାକୁ ଆଦୌ ଅବହେଳା କରନ୍ତୁ ନାହିଁ । କସମେଟିକ ସର୍ଜରୀ ସାହାଯ୍ୟରେ ଆକର୍ଷଣ ହରାଇ ବସିଥିବା ଓଠକୁ ସେକ୍ସି, ସୁନ୍ଦର ଆଉ ଆକର୍ଷଣୀୟ କରିପାରନ୍ତି । ଏହା ସାହାଯ୍ୟରେ ଅବିକଶିତ ଓଠକୁ ମଧ୍ୟ ପୂର୍ଣ୍ଣ ଆକାର ଦିଆଯାଇପାରିବ । ବୟସ ବଢ଼ିବା ସହିତ ମାଂସପେଶୀ ଢିଲା ହୋଇଯାଏ, ଯାହା ଫଳରେ ଓଠ ପତଳା ହୋଇ ତା’ର ଚମକ ହରେଇ ବସେ । ଏପରି ଓଠକୁ ଉନ୍ନତ ଓ ସୁଢ଼ଳ ରଖବବା ପାଇଁ ବସା ଇଞ୍ଜେକସନ ଦେବାକୁ ହୁଏ । ଅନାସ୍ଥେସିଆ ଦେବାପରେ ମାତ୍ର ଅଧଘଣ୍ଟାରେ ଏ କାମ ସରିଥାଏ । କିଛି ସମୟ ମଧ୍ୟରେ ଓଠ ଖୁବ ଆକର୍ଷଣୀୟ ଆଉ ପ୍ରାକୃତିକ ଲାଗେ । ବସା ଇଞ୍ଜେକସନକୁ କାଲେଡେନ କରୁହନ୍ତି । ଆମ ଶରୀର ଧୀରେ ଧୀରେ ଏହାକୁ ଶୋଷିଦିଏ । ହଲିଉଡ ତଥା ବଲିଉଡର ଅନେକ ଅଭିନେତ୍ରୀ ଏହି ଉପାୟରେ ସେମାନଙ୍କୁ ଓଠକୁ ଆକର୍ଷଣୀୟ କରିଛନ୍ତି । କୋଲେଜେନ ବ୍ୟତୀତ ଡର୍ମାଲୋଜେନର ମଧ୍ୟ ବ୍ୟବହାର କରାଯାଏ । କୋଲେଜନ ଗାଈ ତ୍ୱଚା ଓ ଡର୍ମାଲୋଜନ ମଣିଷ ତ୍ୱଚାରୁ ତିଆରି ହୋଇଥାଏ । କୋଲେଜନକୁ ଓଠ ସହିତ ଇଂଜେକ୍ଟ କରିବା ପୂର୍ବରୁ କୌଣସି ପରୀକ୍ଷାର ଆବଶ୍ୟକତା ପଡେ ନାହିଁ । ଏହାଛଡା ଅଟୋଲୋଜେନର ମଧ୍ୟ ବ୍ୟବହାର କରାଯାଏ, ଯାହାର ପ୍ରସ୍ତୁତି ସେହି ବ୍ୟକ୍ତିର ତ୍ୱଚାକୁ କରାଯାଏ, ଯାହା ଓଠାରେ ଏହା ଇଂଜେକ୍ଟ କରାହୁଏ । ଏହି ତିନୋଟି ପଦ୍ଧତି ମଧ୍ୟରୁ ଏଇଟା ହିଁ ସବୁଠାରୁ ଅଧିକ ସୁରକ୍ଷିତ ।ଗ୍ରାଫଟିଂ କରି ମଧ୍ୟ ଓଠକୁ ଆକର୍ଷଣୀୟ କରି ହେବ । ଏଥିରେ ଏଲୋଡର୍ମ ନାମକ ପଦାର୍ଥକୁ ଗୋଲ କରି ଓଠକୁ ଚିରି ତା ଭିତରେ ରଖି ଷ୍ଟିଚ କରିଦିଆଯାଏ । କିନ୍ତୁ ଓଠକୁ ଆକର୍ଷଣୀୟ କରିବା ପାଇଁ କୌଣସି ଯୋଗ୍ୟ କସମେଟିକ ସର୍ଜନଙ୍କ ପାଖରେ ଚିକିତ୍ସା କରିବା ଦରକାର । ହଁ, ଏକଥା ସତ ଯେ, ପ୍ରାକୃତିକ ଓଠର ପରିବର୍ତ୍ତନ କରିବା ତ କଷ୍ଟ । କିନ୍ତୁ ଏପରି ପ୍ରୟୋଗ ଦ୍ୱାରା ଏହାକୁ ଅଧିକ ସୁନ୍ଦର ତଥା ଆକର୍ଷଣୀୟ କରିହେବ ।

‘ଓଠ’ କୁ ଆକର୍ଷଣୀୟ କରାଇବାର ସହଜ ଉପାୟ

ନାରୀର ସୌନ୍ଦର୍ଯ୍ୟରେ ଓଠର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମାତ୍ର ଓଠକୁ ଆକର୍ଷଣୀୟ କରାଇବାର କଳା ସମସ୍ତଙ୍କୁ ଜଣା ନଥାଏ । ଯଦି ନିମ୍ନୋକ୍ତ ବିଷୟ ପ୍ରତି ନଜର ଦିଅନ୍ତି ତେବେ ଆପଣ ନିଜର ଓଠକୁ ସହଜରେ ଆକର୍ଷଣୀୟ କରାଇ ପାରିବେ ।
 ଯଦି ଆପଣଙ୍କ ଓଠ ମୋଟା ହୋଇଥାଏ ତେବେ ହାଲକା ଉଜ୍ଜ୍ୱଳ ଲିପ ଲାଇନର ବ୍ୟବହାର କରନ୍ତୁ । ଗାଢ଼ ଲିପ ଲାଇନର ବ୍ୟବହାର କଲେ ଓଠ ଅଧିକ ଚଉଡା          ଲାଗିଥାଏ ।
 ପତଳା ଓଠ ପାଇଁ ଅଳ୍ପ ପରିମାଣ ଲିପ ଲାଇନର ବ୍ୟବହାର କରନ୍ତୁ । ଓଠର ଦୁଇ କୋଣରେ ହାଲକା ଲିପ ଲାଇନର ବ୍ୟବହାର କଲେ ସୁନ୍ଦର ଦିଶେ । ମାତ୍ର ଲିପ        ଲାଇନର ଓ ଲିପିଷ୍ଟିକ ଯେପରି ଏକା ରଂଗ ହୋଇଥି ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
 ଯଦି ଆପଣଙ୍କ ଓଠ ସାଇଜ ନଥାଏ ଅର୍ଥାତ ଗୋଟିଏ ଛୋଟ ଆଉ ଗୋଟିଏ ବଡ଼ ଥାଏ ତେବେ ଏ ସ୍ଥଳରେ ଛୋଟ ଓଠ ଉପରେ ଲିପିଷ୍ଟିକ ଲଗାଇବା ପରେ ଲିପ       ଗ୍ଲାସ ଲଗାନ୍ତୁ । ଏହା କଲେ ଆପଣ ଛୋଟ ଓଠରେ ଲିପ ବ୍ରସରେ ଲିପଷ୍ଟିକ ଲଗାଇବାକୁ ପଡିବ । ଯଦି ଲିପିଷ୍ଟିକ ଲଗାଇବାର କିଛି ଘଣ୍ଟା ପରେ ଝାଳ                   ବାହାରିଯାଏ ତେବେ ଏ ସ୍ଥଳରେ ଲିପିଷ୍ଟିକ କିଭଳି ବ୍ୟବହାର କରିଲେ ଏହା ଅଧିକ ସମୟ ରହିବ ସେ ସଂପର୍କରେ ଜାଣିବା ଲାଗି ନିମ୍ନଲିଖିତ ବିଷୟ ପ୍ରତି ନଜର          ଦିଅନ୍ତୁ ।

-:ଟିପ୍ସ:-

 ଏକ ଅୟେଲି (ତେଲିଆ) କ୍ରିମକୁ ଓଠରେ ଲଗାଇ ୧୦ ମିନିଟ ରଖନ୍ତୁ । ଏହା ପରେ ତୁଳା ବା ସ୍ପଞ୍ଜକୁ ପାଣିରେ ଭିଜାଇ ଚିପୁଡି ଓଠ ସଫା କରନ୍ତୁ । ଓଦା ସ୍ପଞ୍ଜରେ        ଓଠରେ ଫାଉଣ୍ଡେସନ କ୍ରିମ ଲଗାନ୍ତୁ ।
 ଣ୍ଟ୍ରାଶଲ୍ୟୁସେଣ୍ଟ ପାଉଡର ଓଠରେ ଲଗାନ୍ତୁ ।
 ଏହା ପରେ ତଳ ଓ ଉପର ଓଠରେ ଲିପ ଲାଇନର ଓଠର ଆକୃତିକୁ ଚାହିଁ ବ୍ୟବହାର କରନ୍ତୁ ଏବଂ ଲିପ ବ୍ରଶରେ ଲିପଷ୍ଟିକ ଲଗାନ୍ତୁ ।
 ଅନ୍ୟାନ୍ୟ କସମେଟିକ୍ସ ଭଳି ଲିପଷ୍ଟିକ ମଧ୍ୟ କିଛି ଦିନ ପରେ ନଷ୍ଟ ହୋଇଯାଇଥାଏ । ତେଣୁ ଲିପଷ୍ଟିକ ବ୍ୟବହାର ସମୟରେ ଯେଭଳି ଏହାର କ୍ୟାପକକୁ ବନ୍ଦ              କରିବାକୁ ନ ଭୁଲନ୍ତି ।
 ସୂର୍ଯ୍ୟ କିରଣ ପଡିଲେ ଲିପଷ୍ଟିକର ରଙ୍ଗ ଯଦି ଫିକା ପଡିଯାଏ, ତେଣୁ ଏଭଳି ସ୍ଥଳରେ ପ୍ରତି ୬ ମାସରେ ଆପଣ ଲିପିଷ୍ଟିକ ଓ କିପଗ୍ଲାସକୁ ନିଶ୍ଚିତ ବଦଳାଇବେ ।
 ଲିପିଷ୍ଟିକକୁ ସୂର୍ଯ୍ୟକିରଣ କ୍ଷତି ପହଞ୍ଚାଇଥାଏ । ତେଣୁ ବାହାରକୁ ବାହାରିବା ସମୟରେ ଗାଢ଼ ରଙ୍ଗର ଲିପିଷ୍ଟିକ ଲଗାଇ ବାହାରନ୍ତୁ ।
 ଉଭୟ ଥାଏ ଓ ଗରମ ସମୟରେ ଲିପଷ୍ଟିକଭରା ଓଠ ଶୁଖିଯିବାର ସମ୍ଭାବନା ଥାଏ । ତେଣୁ ଏ ସ୍ଥଳରେ ଚୈପଷ୍ଟିକ ବ୍ୟବହାର କରନ୍ତୁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!