Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ

by ସଞ୍ଜୟ ସ୍ୱାଇଁ
May 28, 2025
in State
୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ
48
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏଥର ମୌସୁମୀ ସଅଳ ଆସିଛି। କେରଳରେ ଆଗୁଆ ପହଞ୍ଚିଛି। ଓଡ଼ିଶାରେ ବି ସ୍ୱାଭାବିକ ସମୟଠାରୁ ଆଗୁଆ ପହଞ୍ଚିବ । ଆସନ୍ତା ଦୁଇ ଦିନରେ ଓଡ଼ିଶାରେ ପହଞ୍ଚିପାରେ ମୌସୁମୀ । ଏଥର ଜୁନ୍ରେ ଓଡ଼ିଶା ସମେତ ଦେଶର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ମୌସୁମୀରେ ଭଲ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଜୁନ୍ରୁ ସେପ୍ଟେମ୍ବର ମାସ ଯାଏ ଦେଶରେ ମୌସୁମୀ ବର୍ଷା ସ୍ଥିତି କିଭଳି ରହିବ, ସେନେଇ ଆଇଏମ୍ଡି ଆଜି ବିସ୍ତୃତ ସୂଚନା ଜାରି କରିଛି। ଆଇଏମ୍ଡି ପୂର୍ବାନୁମାନ ଅନୁସାରେ, ଏଥର ଦକ୍ଷିଣ ଭାରତର କିଛି ସ୍ଥାନ, ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବ ଭାରତର କିଛି ସ୍ଥାନରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ। ଏହାକୁ ଛାଡ଼ି ଦେଶର ବାକି ସବୁ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଅରୁଣାଚଳ, ଆସାମ ଓ ମେଘାଳୟରେ କମ୍ ବର୍ଷା ହୋଇପାରେ । କିନ୍ତୁ ଓଡ଼ିଶାରେ ଭଲ ବର୍ଷା ହେବ। ତେବେ ପଶ୍ଚିମ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାର କିଛି ସ୍ଥାନରେ କମ୍ ବର୍ଷା ହୋଇପାରେ ବୋଲି ମଡେଲରୁ ଜଣାପଡ଼ିଛି । ଆଇଏମଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ଦକ୍ଷିଣ ଭାରତକୁ ମୌସୁମୀ ଛୁଇଁ ସାରିଛି । ମେ ମାସରେ ପ୍ରାକ୍ ମୌସୁମୀ ବର୍ଷା ଅଧିକ ରହିଛି । ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇଥିବା ଲଘୁଚାପ ଆଗକୁ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ବଙ୍ଗୋପସାଗରରେ ମୌସୁମୀ ବାୟୁକୁ ସକ୍ରିୟ କରାଇବା ସହ ଆଗକୁ ବଢ଼ାଇବ । ଜୁନ୍ ୧୨ ତାରିଖ ବେଳକୁ ସ୍ୱାଭାବିକ ଭାବେ ମୌସୁମୀ ଓଡ଼ିଶାରେ ପହଞ୍ଚେ । ଏଥର ମୌସୁମୀ ଅଧିକ ସକ୍ରିୟ ଅଛି ଓ କେରଳରେ ଶୀଘ୍ର ପହଞ୍ଚିଛି । ପ୍ରଥମେ ଆରବସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା । ମହାରାଷ୍ଟ୍ର ଉପକୂଳ ପାଖରେ ଏହା ଅବପାତରେ ପରିଣତ ହୋଇଥିଲା । ମଙ୍ଗଳବାର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ବଙ୍ଗୋପସାଗର ଓ ଆରବସାଗରରେ ଲଘୁଚାପ ପ୍ରଭାବରେ ଅଧିକ ମେଘଖଣ୍ଡ ସୃଷ୍ଟି ହୋଇପାରେ । ଏହା ପବନର ଗତିକୁ ବଢ଼ାଇବ ଓ ମୌସୁମୀକୁ ଅଧିକ ସକ୍ରିୟ କରିବ । ଏଥର ମୌସୁମୀରେ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି। ମଙ୍ଗଳବାର ଓଡ଼ିଶା ଉପକୂଳର ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ ବୋଲି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଣ୍ଟର ଫର ଏନ୍ଭରମେଣ୍ଟ ଆଣ୍ଡ କ୍ଲାଇମେଟ (ସିଇସି) ଆକଳନ କରିଛି । ଅବପାତ ହେବା ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିପାରେ ବୋଲି ମଧ୍ୟ କୁହାଯାଇଛି । ଲଘୁଚାପ ପ୍ରଭାବରେ ଆସନ୍ତା ୪ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) । ବୁଧବାର ଓ ଗୁରୁବାର ଦୁଇ ଦିନ ପାଇଁ ବିଭିନ୍ନ ସ୍ଥାନକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବୁଧବାର(୨୮ ତାରିଖ) ଜଗତ୍ସିଂହପୁର, ପୁରୀ, କଟକ, କୋରାପୁଟ ଓ ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । ଏହି ୫ଟି ସ୍ଥାନକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ବର୍ଷା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବି ବହିବ ବୋଲି ଆକଳନ କରାଯାଇଛି । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଗୁରୁବାର (୨୯ ତାରିଖ) ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଘୁଚାପ ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଭଲ ବର୍ଷା ହେବ । ୩୦ ତାରିଖରେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୩୧ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରର କିଛି ସ୍ଥାନରେ ଭଲ ବର୍ଷା ସମ୍ଭାବନା ଅଛି । ଲଘୁଚାପ ପ୍ରଭାବରେ ମଙ୍ଗଳବାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ସକାଳୁ ନେଇ ସନ୍ଧ୍ୟା ଭିତରେ ପାରାଦୀପରେ ୩୦.୬ମିମି, ଦାରିଙ୍ଗିବାଡ଼ିରେ ୨୮, ସମ୍ବଲପୁରରେ ୨୬.୪, ହୀରାକୁଦରେ ୨୧.୮, ଭଦ୍ରକରେ ୧୯.୮, ଚାନ୍ଦବାଲିରେ ୧୬.୮ ଓ ପୁରୀରେ ୮.୯ ମିମି ବର୍ଷା ହୋଇଛି । ରାଜ୍ୟର ବହୁ ସ୍ଥାନରେ ପାଗ ମେଘୁଆ ରହିବା ସହ ଝିପିଝିପି ବର୍ଷା ହେଉଥିଲା । ଦେଶରେ ଚଳିତ ବର୍ଷ ମୌସୁମୀରେ ଜୁନ୍ରୁ ସେପ୍ଟେମ୍ବର ମାସରେ ୧୦୬% ବର୍ଷା ହୋଇପାରେ ବୋଲି ଆଇଏମ୍ଡି କହିଛି । ପୂର୍ବରୁ ଆଇଏମ୍ଡି ୧୦୫% ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲା । ଜୁନ୍ରେ ୧୦୮% ପର୍ଯ୍ୟନ୍ତ ବର୍ଷା ହୋଇପାରେ । ବର୍ଷା ପରିମାଣ ୮୭ ସେମିରୁ ବି ଅଧିକ ବଢ଼ିପାରେ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । ଗତବର୍ଷ(୨୦୨୪) ରେ ମୌସୁମୀ ବର୍ଷା ସାମାନ୍ୟ ନିଅଣ୍ଟିଆ ରହିଥିଲା । ଜୁନ୍ ମାସରେ ୨୭% କମ୍ ବର୍ଷା ହୋଇଥିଲା । ଜୁଲାଇ ମାସରେ ୨%, ଅଗଷ୍ଟରେ ୮% ନିଅଣ୍ଟିଆ ବର୍ଷା ହୋଇଥିଲା । ସେପ୍ଟେମ୍ବର ମାସରେ ସ୍ୱାଭାବିକଠାରୁ ୧୩% ଅଧିକ ବର୍ଷା ହୋଇଥିଲା । ପୂରା ମୌସୁମୀ ଋତୁରେ ୫% ନିଅଣ୍ଟିଆ ବର୍ଷା ହୋଇଥିବା ଆଇଏମଡି ତଥ୍ୟରୁ ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!