Tuesday, December 16, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲାଭରମ ପ୍ରକଳ୍ପ, ସରକାରଙ୍କ ଉପରେ ବର୍ଷିଲେ ଅରୁଣ, କୁଆଡେ ଗଲା ଓଡିଆ ଅସ୍ମିତା

by ସଞ୍ଜୟ ସ୍ୱାଇଁ
March 13, 2025
in Nayagarh, State
ଓବିସିଙ୍କ ପାଇଁ ଅଣ୍ଟା ଭିଡିଲେ ଅରୁଣ, ନ୍ୟାର୍ଯ୍ୟ ଦାବି ପୁରଣ କର, ନଚେତ ବଡ଼ ଆନ୍ଦୋଳନ
88
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): “ଓଡ଼ିଆ ଅସ୍ମିତା ଉପରେ ପୋଲାଭରମ ପ୍ରକଳ୍ପ ଯେଉଁ ଆଘାତ ଦେଇଛି, ଏହାଦ୍ୱାରା ଆଦିବାସୀ ବିସ୍ଥାପିତ ହେବେ । ବର୍ଷା ଦିନ ଆସିବ ବୋଲି ସେଠାରେ କାମ ଜୋରସୋରରେ ଚାଲିଲାଣି । ଓଡ଼ିଶା ସରକାର ଏନେଇ କଥା ହେବାକୁ କହିଥିଲେ, ହେଲେ ଏଯାଏ ଆଲୋଚନା କଲେନି । ମୁଲତବି ପ୍ରସ୍ତାବ ଗ୍ରହଣ ନ କରି କହିଲେ ମାମଲା ବିଚରାଧୀନ ଅଛି”, ଆଜି କିଛି ଏଭଳି ଢଙ୍ଗରେ ପୋଲାଭରମ କଥା ଉଠେଇ, ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ନୟାଗଡ଼ ବିଜେଡି ବିଧାୟକ ଡ. ବିଧାୟକ ଅରୁଣ କୁମାର ସାହୁ । ଅରୁଣ କହିଛନ୍ତି, ପୋଲାଭରମ ପାଇଁ କେନ୍ଦ୍ର ସରକାର ୧୬ ହଜାର କୋଟି ଦେଲେ ଓ କାମ ଜୋରସୋରରେ ଚାଲିଛି । ଦିଲ୍ଲୀରେ ସାଂସଦ ଦାବି ରଖି ପାରୁନାହାନ୍ତି, ତେଣୁ ଦୁର୍ବଳ ସରକାର ବୋଲି ବିଜେପିକୁ କହିଛନ୍ତି ଅରୁଣ ସାହୁ । ଏହାସହ ଓଡ଼ିଆ ଅସ୍ମିତା କହି ଶାସନକୁ ଆସିଥିବା ସରକାରଙ୍କ କେନ୍ଦ୍ର, ଓଡ଼ିଶା ଓ ଆନ୍ଧ୍ରରେ ସମାନ ସରକାର । ଓଡ଼ିଶା ରାଜ୍ୟପାଳ ବି ଆନ୍ଧ୍ରର , ହେଲେ ପଦକ୍ଷେପ ନେବାକୁ ସରକାରର ସାହସ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ । ଏ ସରକାର ଦୁର୍ବଳ ସରକାର । ଦିଲ୍ଲୀ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଟ୍ରିପୁଲ ଇଞ୍ଜିନ ସରକାର ଚାଲୁଥିବା ବେଳେ ପୋଲାଭରମ ପ୍ରକଳ୍ପ ପାଇଁ କାହିଁକି ସରକାର ପଛ ଘୁଞ୍ଚା ଦେଉଛନ୍ତି ବୋଲି ଅରୁଣ ପ୍ରଶ୍ନ କରିଛନ୍ତି । ଦିଲ୍ଲୀରେ ବିଜେପିର ୨୦ ଜଣ ସାଂସଦ ଥିବା ବେଳେ ସେମାନଙ୍କର ମୁହଁ ଖୋଲୁ ନାହିଁ । ପୋଲାଭରମ ପ୍ରକଳ୍ପ ଉପରେ ଆଲୋଚନା କରିବା ପାଇଁ ଏ ସରକାରଙ୍କର ସାହସ ନାହିଁ । ତେଣୁ ଏ ସରକାର ଏକ ଦୁର୍ବଳ ସରକାର ବୋଲି ଅରୁଣ ପ୍ରକାଶ କରିଛନ୍ତି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!