ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ପ୍ରଶାସନ ଗତକାଲି ଚାନ୍ଦପୁର କୋଭିଡ୍ ହସ୍ପିଟାଲ ଏବଂ ସମ୍ ହସ୍ପିଟାଲ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର କରିଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା, ଖାଇବା ପିଇବାଠାରୁ ଆରମ୍ଭ କରି ସମସ୍ତ କାର୍ଯକୁ ସମ୍ ହସ୍ପିଟାଲ ପରିଚାଳନା କରିବ ବୋଲି ଜଣାଯାଇଛି । ମାତ୍ର ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଚାନ୍ଦପୁର ଜନପ୍ରତିନିଧି ଏବଂ ଜନତାଙ୍କ ପକ୍ଷରୁ କୋଭିଡ୍ ହସ୍ପିଟାଲ ପରିସରରେ ଧାରଣା ଦିଆଯାଇଛି । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୁକାନ୍ତ ସେନାପତି, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ସହିତ କିଛି ସରପଂଚ ମଧ୍ୟ ଧାରଣା ଦେଇଥିବା ଜଣାପଡ଼ିଥିବା ବେଳେ ଏହାକୁ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନର ଉଭଳି କାର୍ଯ୍ୟକୁ ଦୃଢ଼ ବିରୋଧ କରାଯାଇଛି ।





