ନୟାଗଡ଼, (ବାଘୁଆବାର୍ତ୍ଥା) : ନୟାଗଡ଼ ସହରରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହିତ ବିଦ୍ୟାଳୟର ଏକ ସଭା ଆୟୋଜିତ ହୋଇଥିଲା । କବି ଗୋଦାବରୀଶ ମିଶ୍ର ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାତୃଭାଷା ସମ୍ବଦ୍ଧରେ ଛାତ୍ରଛାତ୍ରୀଙ୍କ ଉଦ୍ବୋଧନ ଦେଇଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ ଶାନ୍ତନୁ କୁମାର ସ୍ୱାଇଁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ମାତୃଭାଷା ପ୍ରତି ଅନୁଗତ୍ୟ ପ୍ରକାଶ କଲେ ଦେଶ, ଜାତି ଓ ସାହିତ୍ୟର ବିକାଶ ସାଧିତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନ ଶିକ୍ଷକ ଅମ୍ବିକା ପଟ୍ଟନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ଅର୍ଜ୍ଜନ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।






