Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଃଖି ମାଆ ଫେରିଲେ ନିଜ ଗୃହକୁ

by ସଞ୍ଜୟ ସ୍ୱାଇଁ
February 26, 2025
in Nayagarh, State
‘ବାଘୁଆବାର୍ତ୍ତା’ ଖବର ଉତ୍ତାରିଲେ ହେବ ମାମଲା
248
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶାନୁସାରେ ଆଇନ ସେବା ପ୍ରାଧିକରଣ ନୟାଗଡ଼ର ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତରେ ଦୁଃଖି ପାତ୍ର ଏବଂ ଚାରିପୁଅବୋହୂ୍‌ଙ୍କୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ଇଟାମାଟିର ଦୁଃଖି ପାତ୍ର ନିଜ ବାସଗୃହକୁ ପୁଅବୋହୂଙ୍କ ସହିତ ଫେରିଛନ୍ତି । ଦୁଃଖି ପାତ୍ର ଏବଂ ପୁଅବୋହୂଙ୍କ ମଧ୍ୟରେ ମନମାଳିନ୍ୟ ହୋଇ ଦୁଃଖି ପାତ୍ର ଆଜକୁ ଦୀର୍ଘ ୧ବର୍ଷ ହେବ ନୟାଗଡ଼ ନିକଟସ୍ଥ ଲେଖନପୁର ଠାରେ ଅବସ୍ଥିତ ସମର୍ପଣ ବୃଦ୍ଧା ଶ୍ରମରେ ରହିଥିଲେ । ନିଜ ପୁଅବୋହୂଙ୍କ ପାଖକୁ ଫେରିବାପାଇଁ ସେ ଜିଲ୍ଲା ଆଇନସେବା ପ୍ରାଧିକରଣର ଦ୍ୱାରସ୍ଥ ହୋଇଥିଲେ ଚଳିତ ଫେବୃୟାରୀ ମାସ ୧୧ ତାରିଖରେ । ସଚିବ ଅଞ୍ଜଳି ମଛଖଣ୍ଡ ମାଆ ଦୁଃଖିଙ୍କ କଥାକୁ ହୃଦୟଙ୍ଗମ କରି ନ୍ୟାୟ ପାଇବା ପାଇଁ ଆଇନ ସେବା ପ୍ରାଧିକରଣର ଗ୍ରାମୀଣ ଆଇନ ସଚେତନତା କର୍ମୀମାନଙ୍କୁ ଦାୟିତ୍ୱ ଦେଇଥିଲେ । କର୍ମୀମାନେ ୪ପୁଅ ଏବଂ ମାଆଙ୍କୁ ଭେଟି ଜିଲ୍ଲା ଆଇନସେବା ପ୍ରାଧିକରଣର ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତକୁ ଆସିବାକୁ ଅନୁରୋଧ କରିଥିଲେ । ମାଆ, ୪ପୁଅବୋହୂଙ୍କୁ ଆଇନସେବା ପ୍ରବକ୍ତା ଦଣ୍ଡପାଣି ସ୍ୱାଇଁ, ସଦସ୍ୟା କ୍ଷଣପ୍ରଭା କର, କର୍ମଚାରୀ ପବନ କୁମାର ବେହେରା, ଗ୍ରାମୀଣ ଆଇନସଚେତନତା କର୍ମୀ ଲିପ୍‌ସା ଦାସ, ଜିନୁ ସାହୁ, ପ୍ରମୋଦ କୁମାର ମହାନ୍ତି, ସଂଧ୍ୟାରାଣୀ ବେହେରା, ସୁନୀତା ବାରିକ, ପ୍ରକାଶ ଦଳେଇ ଏବଂ ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ବୁଝାସୁଝା କରିଥିଲେ । ୪ପୁଅ ବୋହୂ ନିଜର ଭୁଲ୍ ବୁଝିପାରି ମାଆଙ୍କୁ ନିଜ ଘରକୁ ଫେରାଇ ନେବାକୁ ଆଗେଇ ଆସିଥିଲେ । ମାଆ ଦୁଃଖି ପାତ୍ର ମଧ୍ୟ ପୁଅବୋହୂଙ୍କ ସହିତ ନିଜ ବାସଭବନକୁ ଯିବାକୁ ସମ୍ମତି ପ୍ରକାଶ କରି ସମର୍ପଣ ବୃଦ୍ଧାଶ୍ରମରୁ ନିଜ ଘରକୁ ଫେରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!