ଭୁବନେଶ୍ୱର, (ବାଘୁଆବାର୍ତ୍ତା): କୁଖ୍ୟାତ ମାଓ ଦମ୍ପତ୍ତି ଏବେ ପୁଲିସ୍ କବ୍ଜାରେ । ପୁଲିସ୍ ର ସ୍ବତନ୍ତ୍ର ଟିମ ରାଞ୍ଚିରୁ ଉଭୟଙ୍କୁ ଗିରଫ କରିଥିବା ଜଣାପଡିଛି । ମୋଷ୍ଟ ଓ୍ବାଣ୍ଟେଡ୍ ମାଓନେତା ପ୍ରଶାନ୍ତ ବୋଷ ଏବଂ ତାର ପତ୍ନୀ ଶିଲା ମାରାଣ୍ଡିକୁ ରାଞ୍ଚିରୁ ଗିରଫ କରାଯାଇଛି । ପ୍ରଶାନ୍ତଙ୍କୁ ଧରାଇ ଦେବା ପାଇଁ ୧ କୋଟି ଟଙ୍କାର ପୁରସ୍କାର ରାଶିଥିଲା । ବିହାର, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡରେ ସକ୍ରିୟ ଥିଲେ ଏହି ମୋଷ୍ଟ ଓ୍ବାଣ୍ଟେଡ୍ ମାଓ ଦମ୍ପତ୍ତି । ଏମାନଙ୍କ ବିରୁଦ୍ଧରେ ବିଭିନ୍ନ ରାଜ୍ୟର ଥାନାରେ ସଙ୍ଗୀନ ମାମଲା ରହିଥିବା ବେଳେ ଦୀର୍ଘଦିନ ହେଲା ପୁଲିସ୍ ଖୋଜୁଥିଲା । ଝାଡଖଣ୍ଡ ରାଞ୍ଚିର ଏକ ସ୍ଥାନରୁ ଉଭୟଙ୍କୁ ଗିରଫ କରାଯାଇଛି ।





