Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫାର୍ସ ପାଲଟିଛି ସକାଳୁଆ ଅଫିସ୍:ସକାଳ ୭ଟା ୪୫ ସୁଦ୍ଧା କର୍ମଚାରୀଙ୍କ ଚୌକି ଫାଙ୍କା

by ସଞ୍ଜୟ ସ୍ୱାଇଁ
April 14, 2026
in Nayagarh
ଫାର୍ସ ପାଲଟିଛି ସକାଳୁଆ ଅଫିସ୍:ସକାଳ ୭ଟା ୪୫ ସୁଦ୍ଧା କର୍ମଚାରୀଙ୍କ ଚୌକି ଫାଙ୍କା
152
VIEWS
Share on FacebookShare on Twitter

ଦଶପଲ୍ଲା, (ବାଘୁଆବାର୍ତ୍ତା): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଲୋକଙ୍କ ସୁବିଧା ପାଇଁ ସରକାର ‘ସକାଳୁଆ ଅଫିସ୍’ ନିୟମ ଲାଗୁ କରିଛନ୍ତି | ବିନା ଲଞ୍ଚ ବ୍ରେକରେ ୭ଟାରୁ ୧ଟା ପର୍ଯ୍ୟନ୍ତ ଅଫିସ୍ ଚାଲିବ ବୋଲି ନିର୍ଦ୍ଦେଶ ରହିଛି | ହେଲେ ସୋମବାର ଦିନ ଦଶପଲ୍ଲାର ବିଭିନ୍ନ ଅଫିସ୍ ର ଦୃଶ୍ୟ ଦେଖିଲେ ଯେ କେହି ବିସ୍ମିତ ହୋଇ ପଡିବ | ସକାଳ ୭.୪୫ ପର୍ଯ୍ଯନ୍ତ କେବଳ ଚୌକି ଅଫିସ୍ ଜଗିଥିଲେ | କର୍ମଚାରୀଙ୍କର ଦେଖାଦର୍ଶନ ନାହିଁ | ବହୁ ଚୌକି ଫାଙ୍କା ପଡିଥିଲା | ଲୋକେ ବିଭିନ୍ନ କାର୍ଯ୍ୟରେ ଆସି ଏଭଳି ଅବସ୍ଥା ପାଇଁ କିଭଳି ବ୍ଯବସ୍ଥା ହେବା ଦରକାର ବୋଲି ପରସ୍ପରକୁ ପ୍ରଶ୍ନ କରି ଉତ୍ତର ଖୋଜୁଥିବାର ଶୁଣିବାକୁ ମିଳୁଥିଲା | ଦଶପଲ୍ଲାରେ ପ୍ରଶାସନିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ଉଚ୍ଚ ପଦାଧିକାରୀମାନେ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ। ସକାଳୁଆ ଅଫିସ୍ ସମୟରେ ଯେଉଁ କର୍ମଚାରୀମାନେ ଅନୁପସ୍ଥିତ ରହୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି | ଖାଲି ସେତିକିନୂହେଁ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଚାଲିବ ବୋଲି ବିଭାଗୀୟ ନିର୍ଦ୍ଦେଶ ଥିଲେହେଁ ବହୁ ଶିକ୍ଷକ ରୀତିମତ ୭ଟା ପର୍ଯ୍ୟନ୍ତ ଛକରେ ଠିଆ ହୋଇ ରହୁଥିବାର ଦେଖିବାକୁ ମିଳୁଛି |

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

April 14, 2026
ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

April 14, 2026
ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

April 14, 2026
ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!