ଓଡ଼ଗାଁ,(ବାଘୁଆବାର୍ତ୍ତା): ଆଜି ଓଡ଼ଗାଁ ବ୍ଳକ୍ ର ସଭାଗୃହ ରେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ,କନଭେନର ପ୍ରମୋଦ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଅକ୍ରୁର ବାରିକ, ମଣ୍ଡଳ ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ କୁମାର ନାୟକ, ଶିକ୍ଷକ ନେତା ଶେଖ୍ ଅବଦୁଲ ଖାଲିକ୍, ନିଃସ୍ୱାର୍ଥ ଅନୁଷ୍ଠାନ ର ସମ୍ପାଦକ ଅରୁଣ କୁମାର ମହାନ୍ତି ଙ୍କ ଉପସ୍ଥିତି ରେ ଓଡ଼ଗାଁ ବ୍ଳକ୍ ର ଶିକ୍ଷକ ଏବଂ ମୋଟିଭେଟର ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ମୋ ସ୍କୁଲ ଅଭିଯାନ ରେ ବିଦ୍ୟାଳୟ ରୁ ପାଠପଢ଼ି ଯାଇଥିବା ଆଲୁମିନି ମାନଙ୍କୁ ନେଇ ରେଜିଷ୍ଟର ତିଆରି କରିବେ। ସମସ୍ତ ଙ୍କୁ ଆଣି ମୋ ସ୍କୁଲ ରେ ସାମିଲ୍ କରିବା। ପଞ୍ଚାୟତ ବୈଠକ ରେ ଏବିଷୟରେ ଆଲୋଚନା କରାଯିବ। କେବଳ ଏଥିପାଇଁ ଅର୍ଥ ଆଦାୟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ। ବିଦ୍ୟାଳୟ ର ଉନ୍ନତି, ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ର ବିକାଶ, ବିଦ୍ୟାଳୟର ସୈ।ନ୍ଦର୍ଯ୍ୟୀକରଣ, ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ଅର୍ଥ,ଶ୍ରମ,ସେବାଏବଂ ଆବଶ୍ୟକୀୟ ଜିନିଷ ଦାନ କରିପାରିବେ । ଶିକ୍ଷକ, ଅଭିଭାବକ, ପଞ୍ଚାୟତ ପ୍ରତିନିଧି, ପୁରୁଣା ଛାତ୍ର, ନିଜ ଅଞ୍ଚଳର ସାଧନ କର୍ମୀ ମାନଙ୍କ ସାହାଯ୍ୟ ସହଯୋଗ ଏବଂ ସହଭାଗିତା ରହିଲେ ଏ ଅଭିଯାନ ନିଶ୍ଚିତ ଭାବରେ ଫଳପ୍ରଦ ହୋଇପାରିବ। ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ହ୍ୱ।ଟ୍ସ ଆପ୍ ଗ୍ରୁପ୍ ଗଠନ, ବିଦ୍ୟାଳୟ ରେ କ’ଣ କ’ଣ ଆବଶ୍ୟକତା ଅଛି, ଆଦର୍ଶ ବିଦ୍ୟାଳୟ ଗଠନ,ମୋଟିଭେଟର ମାନଙ୍କ କାର୍ଯ୍ୟ, କିଭଳି ବିଦ୍ୟାଳୟ ରଶିକ୍ଷକ ମାନଙ୍କ ସହିତ ମିଶି ଏ କାର୍ଯ୍ୟ କରିବେ ସେଥିପାଇଁ ଏ ବିଷୟରେ ମଞ୍ଚାସୀନ ଅତିଥି ମାନେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।







