Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡରାଇଲାଣି ମଙ୍କିପକ୍ସ, ୨୦ ଜଣିଆ ଡାକ୍ତରି ଦଳ ପ୍ରସ୍ତୁତ

by ସଞ୍ଜୟ ସ୍ୱାଇଁ
July 26, 2022
in Health, NATIONAL NEWS
ଡରାଇଲାଣି ମଙ୍କିପକ୍ସ, ୨୦ ଜଣିଆ ଡାକ୍ତରି ଦଳ ପ୍ରସ୍ତୁତ
58
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମହାମାରୀ କରୋନାର ଭୟ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଏବେ ମଙ୍କିପକ୍ସ ସମସ୍ତଙ୍କୁ ଡରାଇବା ଆରମ୍ଭ କଲାଣି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଥିବା ବେଳେ ଭାରତରୁ ମଧ୍ୟ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏୟାରପୋର୍ଟରେ ହାଲଆଲର୍ଟ ଜାରି କରାଯାଇଛି। ସେହିପରି କେରଳ ସରକାର ମଧ୍ୟ ଆଲର୍ଟରେ ରହିଛନ୍ତି। କେରଳରୁ ୩ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରୁ ଗୋଟିଏ ମାମଲା ସାମ୍ନାକୁ ଆସିଛି। ମଙ୍କିପକ୍ସ ଦ୍ରୁତ ସଂକ୍ରମଣର କ୍ଷମତା ରଖିଥିବାରୁ ବିଦେଶରୁ ଦିଲ୍ଲୀ ଆସୁଥିବା ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ ଏୟାରପୋର୍ଟରେ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଅତ୍ୟଧିକ ଜ୍ୱର, ବ୍ୟାକ ପେନ ଓ ଜଏଣ୍ଟ ପଏନ ଲକ୍ଷଣ ଥିବା ଲୋକମାନଙ୍କୁ ଏୟାରପୋର୍ଟରୁ ସିଧାସଳଖ ଏଲଏନଜେପି ହସ୍ପିଟାଲକୁ ପଠାଯିବ। ଏଠାରେ ମଙ୍କିପକ୍ସର ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ୨୦ ଜଣିଆ ଡାକ୍ତରୀ ଟିମ୍‌ ପ୍ରସ୍ତୁତ ହୋଇ ରହିଛନ୍ତି। ଲକ୍ଷଣ ଥିବା ଲୋକଙ୍କ ନମୁନା ସଂଗ୍ରହ କରାଯାଇ ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯିବ। ଏହାବାଦ ସନ୍ଦିଗ୍ଧ ମଙ୍କିପକ୍ସ ରୋଗୀଙ୍କ ପରିବାର ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରି ସଙ୍ଗରୋଧରେ ରଖିବ ବୋଲି ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ସମ୍ଭାବ୍ୟ ମଙ୍କିପକ୍ସ ବିପଦକୁ ନେଇ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ବସିଥିଲା। ଏହି ବୈଠକ ପରେ ଏୟାରପୋର୍ଟ ଓ ଜିଲ୍ଲା ପ୍ରଶାସନକୁ ଏପରି ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ସରକାର ବୈଠକ ପରେ ଜିଲ୍ଲା ପ୍ରଶାସନକୁ କେନ୍ଦ୍ର ସରକାର ଜାରି କରିଥିବା ମଙ୍କିପକ୍ସ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି। ସ୍ୱାସ୍ଥ୍ୟ ସେବାର ମହା ନିର୍ଦ୍ଦେଶକ କହିଛନ୍ତି, “ଯଦି କୌଣସି ସନ୍ଦିଗ୍ଧ ମଙ୍କିପକ୍ସ ରୋଗୀ ହସ୍ପିଟାଲକୁ ଆସନ୍ତି, ତା’ହେଲେ ସେଠାକାର କର୍ତ୍ତୃପକ୍ଷ ତତ୍କାଳ ଭାବେ ଜିଲ୍ଲା ସର୍ଭେଲାନ୍ସ ୟୁନିଟକୁ ଏ ସମ୍ପର୍କରେ ସୂଚନା ଦେବେ। ସେହିପରି ଜିଲ୍ଲା ସର୍ଭେଲାନ୍ସ ଅଧିକାରୀଙ୍କ ସହାୟତାରେ ସନ୍ଦିଗ୍ଧ ରୋଗୀଙ୍କୁ ତୁରନ୍ତ ଏଲଏନଜେପି ହସ୍ପିଟାଲରେ ଥିବା ସ୍ୱତନ୍ତ୍ର ୱାର୍ଡକୁ ସ୍ଥାନାନ୍ତର କରାଯିବ।” ପଶ୍ଚିମ ଦିଲ୍ଲୀର ଜଣେ ୩୪ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରୁ ମଙ୍କିପକ୍ସ ଭାଇରସ ଠାବ ହୋଇଥିଲା। ସେ ବର୍ତ୍ତମାନ ଏଲଏନଜେପି ହସ୍ପିଟାଲରେ ରହିଛନ୍ତି ଓ ସୁସ୍ଥ ହେବାକୁ ତାଙ୍କୁ ପ୍ରାୟ ଗୋଟିଏ ସପ୍ତାହ ସମୟ ଲାଗିବ। ଅନ୍ୟପକ୍ଷରେ କେରଳରୁ ଏଯାଏ ୩ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ସ୍ୱାସ୍ଥ୍ୟ ବିଭାଗ ବିଦେଶରୁ ଫେରୁଥିବା ଲୋକଙ୍କ ସ୍କ୍ରିନିଂ କରୁଛି। ସେହିପରି ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଡେସ୍କ ଗଠନ କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, “ମଙ୍କିପକ୍ସର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି। ଏଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ଲୋକମାନେ ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ। ଯେଉଁମାନଙ୍କର ଲକ୍ଷଣ ଦେଖାଯାଉଛି, ସେମାନେ ତୁରନ୍ତ ନିଜର ଟେଷ୍ଟ କରାନ୍ତୁ। ସମସ୍ତ ୧୪ ଜିଲ୍ଲାରେ ଟିକାକରଣ ବ୍ୟବସ୍ଥା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ଆଲର୍ଟରେ ରଖାଯାଇଛି। ମଙ୍କିପକ୍ସକୁ ନେଇ କେହି ଡରନ୍ତୁ ନାହିଁ। କିନ୍ତୁ ଲକ୍ଷଣ ଦେଖାଯିବା ମାତ୍ରେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାନ୍ତୁ।”

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!