Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟଙ୍କା ହଡ଼ପ ଘଟଣା, ସ୍ୱାମୀଙ୍କ ପାଇଁ ଜେଲ ଗଲେକି ସ୍ତ୍ରୀ!

by ସଞ୍ଜୟ ସ୍ୱାଇଁ
November 8, 2024
in Crime, Nayagarh, State
ଟଙ୍କା ହଡ଼ପ ଘଟଣା, ସ୍ୱାମୀଙ୍କ ପାଇଁ ଜେଲ ଗଲେକି ସ୍ତ୍ରୀ!
1.2k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ବିରୁଡ଼ା ପଞ୍ଚାୟତରେ ଅନେକ ମହିଳାଙ୍କୁ ଠକେଇ କରିଥିବା ଇଣ୍ଡିଆନ ବ୍ୟାଙ୍କ ସହାୟିକା ସୈାଦାମିନୀ ଜେନାଙ୍କୁ ଇଟାମାଟି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୈାଦାମିନୀ ବିରୁଡ଼ା ଗ୍ରାମର ଫକିର ଜେନାଙ୍କ ଝିଅ । ସେ ଇଟାମାଟି ଥାନା ଶରଧାପୁର ଗ୍ରାମରେ ବିବାହ କରିଛନ୍ତି । ତାଙ୍କ ସ୍ୱାମୀ ସୁଜିତ କୁମାର ପ୍ରଧାନ ଶରଧାପୁର ଗ୍ରାମ ପଞ୍ଚାୟତ ସମିତିସଭ୍ୟ । ବାପ ଘର ବିରୁଡ଼ା ହୋଇଥିବାରୁ ଉକ୍ତ ପଞ୍ଚାୟତ ପାଇଁ ନୟାଗଡ଼ ସହର ଖଣ୍ଡପଡ଼ା ରାସ୍ତାରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ସହାୟିକା ଭାବେ କାର‌୍ୟ୍ୟ କରୁଥିଲେ । ବ୍ୟାଙ୍କ ପ୍ରତିନିଧି ସୈାଦାମିନୀ ଲୋକଙ୍କ ବିଶ୍ୱାଷରେ ବିଷ ଦେଇ ଠକେଇ କରି ଆସୁଥିଲେ । କିଛିଦିନ ତଳେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ । ଇଟାମାଟି ଥାନାରେ ବିରୁଡ଼ା ପଞ୍ଚାୟତ ବିଶ୍ୱନାଥ ସାହୁଙ୍କ ଅଭିଯୋଗ ଆଧାରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ପରେ ରହସ୍ୟ ସାମ୍ନାକୁ ଆସିଛି । ୨୮ଟି ସ୍ୱୟଂ ସହାୟକ ଗୋଷ୍ଠୀ ଠକେଇର ଶୀକାର ହୋଇଛନ୍ତି । ଠକେଇ ପରିମାଣ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି । ଇଟାମାଟି ଥାନା ଅଧିକାରୀ ଜଗଦିଶ କର ଘଟଣାର ଛାନଭିନ କରିବା ପରେ ସୈାଦାମିନୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ସୁଚନାନୁସାରେ ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ସରକାର ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ବିଭିନ୍ନ ବ୍ୟାଙ୍କକୁ ନୋଡାଲ ବ୍ୟାଙ୍କ ଭାବେ ଜଡିତ କରିଛନ୍ତି । ବିରୁଡା ଗ୍ରାମ ପଞ୍ଚାୟତ ପାଇଁ ଇଣ୍ଡିଆନ ବ୍ୟାଙ୍କ ବହୁ ଦିନ ଧରି କାର୍ଯ୍ୟ କରି ଆସୁଛି । ପ୍ରଥମରୁ ସୌଦାମିନୀ ଅବିବାହିତା ସମୟରେ ଉକ୍ତ ପଞ୍ଚାୟତରେ ସହାୟିକା ଭାବେ କାର୍ଯ୍ୟ କରି ଘର ଘର ବୁଲି ଇଣ୍ଡିଆନ ବ୍ୟାଙ୍କରେ ବହୁ ଆକାଉଣ୍ଟ ଖୋଲିଛନ୍ତି ଏବଂ ଲୋକ ମାନଙ୍କ ପାଇଁ ବହୁ ସାହାଯ୍ୟ କରିଛନ୍ତି । ଲୋକ ମାନେ ପୂର୍ବରୁ ବିଶ୍ୱାସରେ ଟଙ୍କା ଡିପୋଜିଟ କରିବାଠୁ ଆରମ୍ଭ କରି ଉଠାଣ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସୌଦାମିନୀଙ୍କ ଉପରେ ନ୍ୟସ୍ତ କରିଥିଲେ । ସୌଦାମିନୀ ବିଶ୍ୱାସର ସହିତ ଲୋକ ମାନଙ୍କର ଆସ୍ଥା ଭାଜନ ହୋଇପାରିଥିଲେ । ସେ ବିବାହ କଲା ପରେ ଟଙ୍କା ହଡପ ପରି ଘଟଣା ସାମନାକୁ ଆସିଛି । ସେ ଏତେ ଟଙ୍କା ହଡ଼ପ କରି କ’ଣ କଲେ ବୋଲି ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ବିଭିନ୍ନ ସୁତ୍ରରୁ ମିଳିଥିବା ଖବର ଅନୁସାରେ ତାଙ୍କ ସ୍ୱାମୀ ଗତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିଲେ । ଏବଂ ନିର୍ବାଚନରେ ଜିତିଥିଲେ । ଏଥି ସହିତ ସେ ଅନେକ ବ୍ୟବସାୟରେ କ୍ଷତି ସହିଥିବା ସୁଚନା ମିଳିଛି । ଏହା କେତେଦୁରୁ ସତ୍ୟ ଅନୁସନ୍ଧାନ ମୁଳକ । ଏବେ ଏହି ହଡ଼ପ ଟଙ୍କା ତାଙ୍କ ସ୍ୱାମୀ ଖର୍ଚ୍ଚ କରିଥିବା ସାଧାରଣରେ ଚର୍ଚ୍ଚା ଜାରି ରହିଛି । ଯେଉଁଥିପାଇଁ ସ୍ୱାମୀଙ୍କ ପାଇଁ ସ୍ତ୍ରୀ ଜେଲ ଗଲେ ବୋଲି ଆଲୋଚନା ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!