Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋକିମ୍-ଚିରଞ୍ଜୀବ ନିଲମ୍ବନ ଝଡ଼, ରାଜ୍ୟ କଂଗ୍ରେସ ହୋଇଯିବକି ଦୁଇଫାଳ!

by ସଞ୍ଜୟ ସ୍ୱାଇଁ
July 22, 2023
in Politics, State
ମୋକିମ୍-ଚିରଞ୍ଜୀବ ନିଲମ୍ବନ ଝଡ଼, ରାଜ୍ୟ କଂଗ୍ରେସ ହୋଇଯିବକି ଦୁଇଫାଳ!
165
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗୋଟିଏ ଗୋଷ୍ଠିରେ ରହିପାରିବକି ରାଜ୍ୟ କଂଗ୍ରେସ । ଏହାକୁ ନେଇ ଉଠିଲାଣି ବିଭିନ୍ନ ମତ । ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଦେଖିବାକୁ ମିଳିଛି ମୋକିମ-ଚିରଞ୍ଜିବ ଝଡ଼ । ଗୋଟିଏ ପଟେ ରାଜ୍ୟ କାର‌୍ୟ୍ୟକାରିଣୀ ବୈଠକ ଚାଲିଥିବା ବେଳେ ଅନ୍ୟପଟେ ଦଳୀୟ ଶୀର୍ଷ ନେତାଙ୍କ ନିଷ୍ପତ୍ତି ଓ ନେତୃତ୍ୱକୁ ବିରୋଧ କରାଯାଇଛି। ଖାଲି ସେତିକି ନୁହେଁ କାର‌୍ୟ୍ୟକାରିଣୀ ପୂର୍ବରୁ ବସିଥିବା ରାଜନୈତିକ ବ୍ୟାପାର ବୈଠକରେ ଉଠିଲା ମୋକିମ୍-ଚିରଞ୍ଜୀବ ନିଲମ୍ବନ ପ୍ରସଙ୍ଗ। ଦଳେ ସମର୍ଥନରେ ବାହାରିଥିବାବେଳେ ଆଉ କିଛି ନିଲମ୍ବନକୁ ବିରୋଧ କରିଥିଲେ। ରାଜସ୍ଥାନର ଗେହଲଟ-ପାଇଲଟ୍ ବିବାଦକୁ ଯେପରି ବିନା କାର‌୍ୟ୍ୟାନୁଷ୍ଠାନରେ ଆଲୋଚନା ମାଧ୍ୟମରେ ସମାଧାନ କରାଗଲା, ଓଡ଼ିଶାରେ କାହିଁକି ସେ ନୀତି ଆପଣା ଗଲାନାହିଁ ବୋଲି ମଧ୍ୟ ବୈଠକରେ ଉଠିଥିଲା। ଏହାସତ୍ତ୍ୱେ ରାଜ୍ୟ କାର‌୍ୟ୍ୟକାରିଣୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଦରଦାମ ବୃଦ୍ଧି, ବେକାରୀ, ଚିଟ୍ ଫଣ୍ଡ, ପଛୁଆ ବର୍ଗ ପ୍ରତି ଅବହେଳା, ମହିଳାଙ୍କ ସୁରକ୍ଷା,ଛାତ୍ର ସଂସଦ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହାକୁ ଆଧାର କରି ୨୦୨୪ ରଣନୀତି ପ୍ରସ୍ତୁତ କରିବାକୁ ଦଳ ଯୋଜନା କରିଛି।

ଏପଟେ ଏବେ ବି ନିଲମ୍ବନକୁ ସହଜରେ ହଜମ କରି ପାରୁନାହାନ୍ତି ମୋକିମ-ଚିରଞ୍ଜୀବଙ୍କ ସମର୍ଥକ। ଥମୁନି ପ୍ରତିବାଦ ସ୍ୱର। ଗତକାଲି କଂଗ୍ରେସ ଭବନରେ ହୋହଲ୍ଲା କରିବା ପରେ ଆଜି କଟକରେ ମୌନ ପ୍ରତିବାଦ କରି ଦୁଇ ନେତାଙ୍କ ନିଲମ୍ବନକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ। ହଜାରେରୁ ଅଧିକ କଂଗ୍ରେସ କର୍ମୀ ମୌନ ପ୍ରତିବାଦ କରି ନିଲମ୍ବନ ହଟାଇବାକୁ ଦାବି କରିଥିଲେ। ଏଠାରେ ନିଜେ ମୋକିମ ଯୋଗ ଦେଇ କହିଥିଲେ, ମୁଁ କଂଗ୍ରେସର ଜଣେ ସଚ୍ଚୋଟ କର୍ମୀ। ମୁଁ କେବେ ବି ଦଳ ବିରୋଧୀ କାମ କରିନି। ନିଲମ୍ବନ ସତ୍ତ୍ୱେ ବି ସେ କଂଗ୍ରେସରେ ଅଛନ୍ତି ଆଉ ଆଗକୁ ରହିବେ। ଦଳର କିଛି ଲୋକ ତାଙ୍କୁ ଇର୍ଷାନ୍ୱିତ ହୋଇ ଏପରି କରିଛନ୍ତି। ଅନ୍ୟପଟେ କଂଗ୍ରେସରେ ବର୍ତ୍ତମାନ ସମାନ୍ତରାଳ ସଭା ଓ ପ୍ରତିବାଦ ଚାଲିଥିବାରୁ ଦଳ ବିଭାଜନ ଭଳି ସ୍ଥିତି ଉପୁଜିଲାଣି। ନିର୍ବାଚନ ପୂର୍ବରୁ ଏହା ଦଳ ପାଇଁ ଭାରି ପଡିପାରେ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି। କଂଗ୍ରେସ କନ୍ଦଳ ଛିଡିବା ବଦଳରେ ବଢି ବଢି ଚାଲିଛି। ଏଭଳି ସ୍ଥଳେ ଦଳ କିପରି ବିଦ୍ରୋହୀଙ୍କୁ ମ୍ୟାନେଜ କରି ନିର୍ବାଚନକୁ ଓହ୍ଲାଇବେ ତାହା ବଡ ପ୍ରଶ୍ନ। ତେବେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଦଳରେ କୌଣସି ଲୋକ ଅସନ୍ତୁଷ୍ଟ ନାହାନ୍ତି। ଦଳରେ ସମସ୍ତେ ସନ୍ତୁଷ୍ଟ ଅଛନ୍ତି। ଯାହା ବି ହୋଇଛି ତାହା କଂଗ୍ରେସ ପରିବାର କଥା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!